ଆନ୍ଦୋଳନରତ ଅଧ୍ୟାପକଙ୍କ ପାଇଁ ସ୍ୱର ଉଠାଇଲା ଏବିଭିପି

0

 ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ସରକାର ଉଦ୍ୟମ କରନ୍ତୁ : ଏବିଭିପି ରାଜ୍ୟ ସଂପାଦିକା ପ୍ରିୟଙ୍କା 

ଭୁବନେଶ୍ୱର : ଅଧ୍ୟାପକ ମାନଙ୍କୁ ଯେଉଁ ଭଳିଭାବେ ବର୍ଗୀକରଣ କରାଯାଇଛି ଏବଂ ଦରମାଠୁ ନେଇ ଚାକିରିର ଅନିୟମିତା ପର୍ଯ୍ୟନ୍ତ ଆଦି ବିଭିନ୍ନ ସମସ୍ୟାରେ ବହୁଦିନ ଧରି ଶିକ୍ଷକ ସମାଜ ଉତ୍ପୀଡ଼ନର ଶିକାର ହେଉଛନ୍ତି ତାକୁ ବିଦ୍ୟାର୍ଥୀ ପରିଷଦ ସରକାରଙ୍କର ତିବ୍ର ଅବହେଳା ଏବଂ ଅସହଯୋଗୀ ମନୋଭାବ ତଥା ଶିକ୍ଷା କ୍ଷେତ୍ରକୁ ତଳିତଳାନ୍ତ କରିବା ଭଳି ମନୋଭାବର ପରିଣାମ ବୋଲି ବିଚାର କରୁଛି ।

ବର୍ତ୍ତମାନ  ସମୟରେ ଯେଉଁଠି ରାଜ୍ୟର ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ଭାଗ୍ୟ ପରୀକ୍ଷାଫଳ ପ୍ରକାଶନ ଉପରେ ନିର୍ଭର କରୁଛି ସେଇଠାରେ ପରୀକ୍ଷାର ଖାତା ମୁଲ୍ୟାଙ୍କନ ହେବାକୁ ନେଇ ରାଜ୍ୟରେ ଯେଉଁ ପ୍ରକାର ପରିସ୍ଥିତି ଦେଖାଦେଇଛି ତାହା ନିଶ୍ଚିତରୁପେ ରାଜ୍ୟର ବିଦ୍ୟାର୍ଥୀ ସମାଜ ତଥା ରାଜ୍ୟର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲିଦେଉଛି । ଶିକ୍ଷକ ମାନଙ୍କ ସମସ୍ୟା ପୂରଣ ନକରିପାରିବା ଏବଂ ସରକାର ବିଦ୍ୟାର୍ଥୀ ମାନଙ୍କର ଭବିଷ୍ୟତ ନିଦ୍ଧାରଣ ସମ୍ପର୍କିତ ଏକ ପ୍ରକ୍ରିୟାକୁ ପ୍ରହସନରେ ପରିଣତ କରିଦେବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆଜି ନିନ୍ଦା କରୁଛି। ଶିକ୍ଷକ ମାନଙ୍କର ସମସ୍ୟାର ତୁରନ୍ତ ନିରାକରଣ କରାଯାଇ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସ୍ୱଭାବିକ ପରିସ୍ଥିତି ଫେରାଇଆଣିବା ପାଇଁ ବିଦ୍ୟାର୍ଥୀ ପରିଷଦ ସରକାରଙ୍କ ପାଖୀରେ ଦୃଢ ଦାବି ରଖୁଛି ଏବଂ ଯଦି ଏହାକୁ ସମାଧାନ କରିବାରେ ସରକାର ବିଫଳ ହୁଅନ୍ତି ତାହାଲେ ସାରା ରାଜ୍ୟରେ ବିଦ୍ୟାର୍ଥୀ ସମାଜ ରାଜରାସ୍ତାକୁ ଓହ୍ଲାଇବ ବୋଲି ଏବିଭିପିର ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ ଚେତାବନୀ ଦେଇଛନ୍ତି । 

 

Leave A Reply

Your email address will not be published.