“ନବୀନ ବାବୁଙ୍କ ଆଦର୍ଶ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କ ଓ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହେଲୁ”
ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ଶହେରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଟୁକୁନା ଜେନାଙ୍କ ନେତୃତ୍ୱରେ ଦଳ ତ୍ୟାଗକରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡିଛି।
ପୋଲସରାରେ ଶନିବାର ଦିନ ବିଜୁବାବୁଙ୍କ ଜୟନ୍ତୀ ସପ୍ତାହ ପାଳନ ଅବସରରେ ପୋଲସରା ବ୍ଲକର ବନ୍ଥପଲ୍ଲୀ ଓ କେ ଡେଙ୍ଗାପଦର ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ବ କର୍ମୀ ବିଜେପି ତ୍ୟାଗକରି ବିଜେଡିରେ ସାମିଲ ହୋଇଥିବା ବେଳେ ବୁଗୁଡା ବ୍ଲକ ମଧ୍ୟ ପଛରେ ପଡିନାହିଁ। ବିଜେପି ସଭାପତି ଗୋକୁଳାନନ୍ଦ ମଳିକଙ୍କ ଜଣେ ଦୃଢ଼ ସମର୍ଥକ ଗୋଳାବନ୍ଧ ପଞ୍ଚାୟତର ଟୁକୁନା ଜେନା ତାଙ୍କର ଶହେରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଶ୍ରୀ ଜେନାଙ୍କ ପ୍ରତିକ୍ରିୟା ନେବାରେ ସେ ପ୍ରକାଶ କରିଥିଲେ ଯେ ବିଜେପି ନେତାଙ୍କ କାର୍ଯ୍ୟରେ ଅତିଷ୍ଠ ହେବା ସହ ନବୀନ ବାବୁଙ୍କ ଆଦର୍ଶ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କ ଓ ନେତୃତ୍ୱର କାର୍ଯ୍ୟଶୈଳୀ ପ୍ରତି ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହେଲୁ। ବିଧାୟକ ଶ୍ରୀ ସାହୁ ମଧ୍ୟ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୁଗୁଡା ବ୍ଲକରେ ଦଳ ଆହୁରି ସୁଦୃଢ଼ ହୋଇପାରିବ ବୋଲି ପ୍ରକାଶ କରିଥିଲେ।
“ନବୀନ ବାବୁଙ୍କ ଆଦର୍ଶ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କ ଓ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହେଲୁ”