ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଏସବିଆଇ ଏଟିଏମ ଭିତରେ ଅଳିଆ ଆବର୍ଜନା ପଡି ଅପରିଷ୍କାର ହୋଇଥିବା ବେଳେ ଟଙ୍କା ଉଠାଇବାକୁ ଯାଇଥିବା ଜଣେ ଗ୍ରାହକ ସଫା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଶନିବାର ଦିନ ଉପେନ୍ଦ୍ର ପୃଷ୍ଟି ନାମକ ଜଣେ ବ୍ୟକ୍ତି ଏହି ଏଟିଏମକୁ ଟଙ୍କା ଉଠାଇବାକୁ ଆସିଥିଲେ। ସେ ଦେଖିଲେ ଯେ ଏଟିଏମ ଭିତରେ ଖଣ୍ଡ କାଗଜ, ଖଇନି ପ୍ୟାକ ଜରି ଖଣ୍ଡ ପଡି ଅପରିଷ୍କାର ହୋଇ ପଡିଛି। ଏଟିଏମ ପରିଷ୍କାର ରହିବ ଉଚିତ ଭାବି ସେଠାରେ ଥିବା ଝାଡୁ ଦ୍ୱାରା ଏଟିଏମ ଭିତରକୁ ସଫା କରିଥିଲେ।ହେଲେ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଣ ପାଇଁ ଅର୍ଥ ନେଉଥିବା ବେଳେ ଏଟିଏମ ସଫା ରଖିବା ପାଇଁ କିପରି ଧ୍ୟାନ ଦେଉନାହାଁନ୍ତି ସେଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶାଖା ପରିଚାଳକ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।
Sign in
Sign in
Recover your password.
A password will be e-mailed to you.