ବ୍ଲକସ୍ତରୀୟ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଓ ପଂଚାୟତିରାଜ ଦିବସ ପାଳିତ

0 1

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ବିଜୁପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ତିଥି ପଂଚାୟତରାଜ ଦିବସ ପାଲନ ଅବସରରେ ଓଡ଼ଗାଁ ଠାରେ ପ୍ରତିଷ୍ଠିତ ନୟାଗଡ଼ ସରକାରୀ ପଲି ଟେକନିକ ଅନୁଷ୍ଠାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର(ଜୀବନବିନ୍ଦୁ କାର୍ଯ୍ୟକ୍ରମ)ଅନୁଷ୍ଠିତ  ହୋଇଥିବା ବେଳେ ୧୦୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ରକ୍ତଦାନ ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁଙ୍କ ସମେତ ବିଜେଡି ଦଳର ଜନ ପ୍ରତିନିଧି ଏବଂ ସମର୍ଥକମାନେ ଅଂଶ ଗ୍ରହଣ କରିଥିଲେ ।

ଅନ୍ୟ ପକ୍ଷରେ ବ୍ଲକ ପ୍ରଶାସନ ତରଫରୁ ସ୍ଥାନୀୟ ଇନଣ୍ଡୋର ଷ୍ଟାଡିୟମରେ ପଂଚାୟତରାଜ ଦିବସ ପାଳନ କରାଯାଇଥିଲା । ବ୍ଲକ ଅଧ୍ୟକ୍ଷା ମମତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସଭାରେ ଉପାଧ୍ୟକ୍ଷା ବିରଜା ଲକ୍ଷ୍ମୀ ସାହୁ, ବିଡିଓ ସ୍ୱାତୀଲେଖା ଦାସ ଏବଂ ଅନ୍ୟମାନେ ଯୋଗଦେଇ ପଂଚାୟତକୁ ଅଧିକ କ୍ଷମତା ହସ୍ତାନ୍ତର କରିବାରେ ବିଜୁବାବୁ ଥିଲେ ପ୍ରଥମ ମୁଖ୍ୟମନ୍ତ୍ରୀ ବୋଲି କହି ବିଜୁବାବୁଙ୍କ ଅନନ୍ୟ ସୃତିଚାରଣ କରିଥିଲେ । ଧୁଡୁକି, ଦାସକାଠିଆ ଆଦି ସାସ୍କୃତିକ ନୃତ୍ୟ ସଂଗୀତ ମାଧ୍ୟମରେ ବିଜୁବାବୁଙ୍କ ବିଭିନ୍ନ  କୃତି ସଂମ୍ପର୍କରେ ଉପସ୍ଥିତ ସହସ୍ରାଧିକ ଦର୍ଶକଙ୍କୁ ସୁଚନା ଦିଆଯାଇଥିଲା । ଏହା ସହିତ କୁରାଳ, କୋମଣ୍ଡ, ପନ୍ତିଖାରୀ, ନନ୍ଦିଘୋର ଏବଂ ଅନ୍ୟ ସମସ୍ତ ପଂଚାୟତ ମାନଙ୍କରେ ପଂଚାୟତରାଜ ଦିବସ ପାଳନ ହୋଇଥିଲା । 

Leave A Reply

Your email address will not be published.