ଲାଠିକଟାରେ ଅଷ୍ଟପ୍ରହର ନାମଯଜ୍ଞ 

0 1

ସୁନ୍ଦରଗଡ଼,(ହୋରାଚାନ୍ଦ ଦେଉରିଆ ) –  ଲାଠିକଟା ତ୍ରିନାଥ କଲୋନୀରେ ତ୍ରିନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି | ବୁଧବାର  ସନ୍ଧ୍ୟାରେ ସ୍ଥାନୀୟ ଜଳାଶୟରୁ ପାଣିଆଣି ଯଜ୍ଞ ମଣ୍ଡପରେ କଳସ ସ୍ଥାପନା ହୋଇଥିବା ବେଳେ ଆଜି ସକାଳ 7.30 ରେ ନାମ ସଂକୀର୍ତ୍ତନ ପ୍ରାରମ୍ଭ ହୋଇଥିଲା | ଏହି ନାମଯଜ୍ଞରେ ସ୍ୱାମୀ ପ୍ରେମାନନ୍ଦ ଗିରୀ ମହାରାଜ ପୂଜକ ଭାବରେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ମହେଶ୍ୱର ପଲେଇ ଓ ଶଶିକଳା ପଲେଇ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଉଛନ୍ତି | ସର୍ବମୋଟ ଚାରିଗୋଟି ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିବା ବେଳେ ରାଉରକେଲା ସାରନଗରୀରୁ ତିନିଗୋଟି ଦଳ ଓ ଲାଠିକଟା ବ୍ଲକ ଅନ୍ତର୍ଗତ ଟାଇଁସର ଗ୍ରାମରୁ ଗୋଟିଏ ଦଳ ରହିଥିବା ଜଣାପଡିଛି | ଆଜିର ଏହି ନାମଯଜ୍ଞ ଦ୍ଵାରା ଲାଠିକଟା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆଜି ଦିନସାରା ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ପରିଲକ୍ଷିତ ହୋଇଥିଲା | ଏହି ଅଷ୍ଟପ୍ରହର ନାମଯଜ୍ଞ ଆୟୋଜନରେ ସୁବାଷ ଚନ୍ଦ୍ର ପରିଡା, ନାରାୟଣ ଶତପଥି, ପବିତ୍ର କୁମାର ନନ୍ଦ, ସଞ୍ଜୟ ପରିଡା, ପି.କେ ଗୃହାଚାର୍ଯ୍ୟ, ଚନ୍ଦ୍ରଶେଖର ମିଶ୍ର, ଚିତ୍ରସେନ ପାଣ୍ଡେ, ଜ୍ୟୋତ୍ସ୍ନାରାଣୀ ପରିଡା, ଝୁନୁଲତା ଦାସ, କୁମାରୀ ରୁବି, ରିତା ବର୍ମା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଛନ୍ତି |

 

Leave A Reply

Your email address will not be published.