ବଡବିଲରେ ବିଜେଡି ପକ୍ଷରୁ ପେଟ୍ରୋଲ ପମ୍ପରେ ଧାରଣା

ବଡବିଲ (ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ଅଂଚଳରେ ଥିବା ସମସ୍ତ ପେଟ୍ରୋଲ ପମ୍ପରେ ବିଜେଡି ପକ୍ଷରୁ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ବଡବିଲ ଏସଏବି ସର୍ଭିସ ଷ୍ଟେଶନରେ ଯୁବ ବିଜେଡି କେନ୍ଦୁଝର ଜିଲା ସମ୍ପାଦକ ପ୍ରଭୂଦତ ପ୍ରଧାନଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଥିବାବେଳେ ବଜାରସ୍ଥିତ ରାମା ଫୁଏଲ ସେଂଟର ଠାରେ ଯୁବ ବିଜେଡି ବଡବିଲ ନଗର ସଭାପତି ହେମନ୍ତ ସହାୟଙ୍କ ନେତୃତ୍ୱରେ ହୋଇଥିବା ଜଣାପଡିଛି । ୪ ବର୍ଷ ମଧ୍ୟରେ ପେଟ୍ରୋଲ ଦର ଆକାଶ ଛୁଆଁ ହୋଇଥିଲାବେଳେ, ଡିଜେଲ ଦର ବୃଦ୍ଧିରେ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି । ଏହା ସହ ଉତ୍ପାଦ ଶୁଳ୍କରେ ୯ଥର ବୃଦ୍ଧି ଆଦି ପ୍ରତିବାଦରେ ଏହି ଧାରଣା ଦିଆଯାଇଥିବା ଜଣାପଡିଛି । ବଡ଼ବିଲ ଟାଉନ ବିଜୁ ଜନତା ଦଳର ସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବଦବିଲର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ଏହି ଧାରଣାରେ ଗୋଲକ ଓରାମ, ନଟ ମହାକୁଡ଼, କେଦାରନାଥ ବେହେରା, ସବୀର ହୁସେନ, ସୀମାନ୍ତ ପଟନାୟକ, ଚିତ୍ତ କର, ଅମୀର ନବାଜ, ଜାହାଙ୍ଗିର ଖାନ, ପ୍ରୀତମ ଠାକୁର, ରାଜୁ ଖାନ ପ୍ରମୁଖ ଯୋଗ ଦେଇଥିଲେ।