ଟୁଇଟର ମାଧ୍ୟମରେ ନିବେଦନ ପରେ ପୀଡିତାଙ୍କ ଘରେ ପହଂଚିଲା ପ୍ରଶାସନ

ବଡବିଲ(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ପୌରାଂଚଳ ୱାର୍ଡ ନଂ-୮ସ୍ଥିତ ବରକତ ନଗରରେ ରହୁଥିବା ନୌସାଦ ଆଲମଙ୍କ ୭ ବର୍ଷର ଝିଅ କେହକେଶା ଖାନମ ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇଥିବାବେଳେ ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ଏ ନେଇ ବଡବିଲରୁ ଜଣେ ସମାଜସେବୀ ସୋସିଆଲ ମିଡିଆ ଟୁଇଟର ମାଧ୍ୟମରେ ରାଜ୍ୟ ମୂଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନକୁ ଗୁରୁବାର ସକାଳେ ଅବଗତ କରିଥିଲେ । ତେବେ ତୁରନ୍ତ ଜିଲା ପ୍ରଶାସନ ଏ ନେଇ ତପôରତା ପ୍ରକାଶ କରି ମାତ୍ର କିଛି ଘଂଟା ମଧ୍ୟରେ ପୀଡିତଙ୍କ ଘରେ ପହଂଚିଛି । ବଡବିଲ ପୌରନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମନୋରଂଜନ ଦେଓ, ଅତିରିକ୍ତ ତହସିଲଦାର ଅଭିଷେକ ପଣ୍ଡା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଇନ ଚାର୍ଜ ଡାଃ ସୌଭାଗ୍ୟ ରଶ୍ମୀରଂହନ ସାମଲ ପୀଡିତାଙ୍କ ଘରେ ପହଂଚି ଆର୍ଥିକ ପରିସ୍ଥିତିକୁ ଦେଖିବା ସହ ଡାକ୍ତରୀ ରିପୋର୍ଟ ଦେଖିଥିଲେ । ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓଏସଟିଏଫ(ଓଡିଶା ଷ୍ଟେଟ ଟ୍ରିଟମେଂଟ ଫଣ୍ଡ)ରୁ ସମସ୍ତ ସୁବିଧା ଯୋଗାଇବା ନିମନ୍ତେ ଖୁବ କମ ସମୟ ମଧ୍ୟରେ ପୀଡିତାଙ୍କ ପରିବାର ପକ୍ଷରୁ ଆବେଦନ ନେଇ ଅନୁମୋଦନ କରିବା ସହ ଚିକିତ୍ସାରେ ଅର୍ଥ ବାଧକ ସାଜିବ ନାହିଁ ବୋଲି ପ୍ରଶାସନ ଜଣାଇଛି ।