ରେଡକ୍ରସ ତାର କାର୍ଯ୍ୟକ୍ରମକୁ ସୁଦୁରପ୍ରସାରୀ  ତଥା ବ୍ୟାପକ କରୁ : ମନ୍ତ୍ରୀ ଶ୍ରୀ ଜେନା 

0

ଭାରତୀୟ ରେଡକ୍ରସ୍ ସୋସାଇଟି ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ 

ରେଡକ୍ରସ ତାର କାର୍ଯ୍ୟକ୍ରମକୁ ସୁଦୁରପ୍ରସାରୀ  ତଥା ବ୍ୟାପକ କରୁ : ମନ୍ତ୍ରୀ ଶ୍ରୀ ଜେନା 

ଭୂବନେଶ୍ୱର  : ବିଶ୍ୱ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଅନୁଧ୍ୟାନ କରି ପ୍ରତ୍ୟେକ ବର୍ଷ ଅପ୍ରେଲ ୭ ତାରିଖ (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା  ଦିବସ) କୁ ସାରା ବିଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଇଥାଏ । ଏ ବର୍ଷର ଅନୁଚିନ୍ତା – “ମୌଳିକ ସ୍ୱାସ୍ଥ୍ୟ ସେବା, ସମସ୍ତଙ୍କ ପାଇଁ ସମସ୍ତଙ୍କ ପାଖରେ” । ଏବର୍ଷର ଅନୁଚିନ୍ତାକୁ ପାଥେୟ କରି ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷର ୁବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା ।ଏହି ଦିବସ ପାଳନ ଅବସରରେ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ଦ୍ୱାରା ସ୍ଥାନୀୟ ରେଡକ୍ରସ ଭବନ ସ୍ଥିତ ସଭା କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ  ହୋଇଥିଲା । ଏହି ସଭାକୁ ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ, ଆଇନ, ସୁଚନା ଓ ଲୋକ ସମ୍ପର୍କ ଏବଂ ରେଡକ୍ରସ ରାଜ୍ୟ ଶାଖାର କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦିପ ପ୍ରଜ୍ଜଳନ କରି ଆନୁଷ୍ଠାନିକ  ଭାବେ ଉଦ୍ଘାଟନ କରିଥିଲେ ।  ରେଡକ୍ରସ, ସ୍ୱେଚ୍ଛାସେବୀ ମାନଙ୍କର ଦକ୍ଷ୍ୟତା ବିକାଶ ଯୋଗ ତଥା ପ୍ରାଣାୟମ୍ ମାଧ୍ୟମରେ ଉନ୍ନତି  କରି ଜନକଲ୍ୟାଣ କାମରେ ବିନିଯୋଗ କରୁ । ଗାଁ ପରିମଳ ସଫେଇ, ବୃକ୍ଷ୍ୟରୋପଣ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର ଓ ଗାଁ ମାନଙ୍କରେ ପରିବେଶ ଜନିତ କାର୍ଯ୍ୟକ୍ରମ ଜିଲ୍ଲା ତଥା  ମାଗଣା ସ୍ୱାସ୍ଥ ଶିବିର ଜିଲ୍ଲାର ବିଭିନ୍ନ ଅପହଂଚ ଯାଗାରେ କରିବା ପାଇଁ ବାର୍ଷିକ ଖସଡା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ଆହ୍ମାନ ଦେଇଥିଲେ । ତତ୍ ସହିତ ରେଡକ୍ରସ ତାର କାର୍ଯ୍ୟକ୍ରମକୁ କିଭଳି ସୁଦୁରପ୍ରସାର କରି ବ୍ୟାପକ କରିପାରିବ ସେ ବିଷୟରେ  ଉପଦେଶ ଦେଇଥିଲେ । 

07-05-18-redcross.jpg - 245.86 kB

 ରେଡ଼କସ୍ ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡା. ବିନାୟକ ପ୍ରସାଦ ପୃଷ୍ଟି ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ ଅନୁଗତ କରାଇବା ସହ ଏହି ଦିବସରେ ଆୟୋଜନ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସାମ୍ୟକ ସୁଚନା ପ୍ରଦାନ କରିଥିଲେ । ରେଡ଼କସ୍ ଓଡିଶା ରାଜ୍ୟ ଶାଖାର ଯୁଗ୍ମ ସଚିବ ଡଃ. ମେଜର କଳ୍ପନା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଗୋପାଳ କୃଷ୍ନ ମିଶ୍ର, ଯୁବ ରେଡ଼କସ୍ ପରାମର୍ଶଦାତା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଦିବସ ଉପଲକ୍ଷେ ମାଗଣା ସ୍ୱାସ୍ଥ ଶିବିର, ମାଗଣା ରକ୍ତ ବର୍ଗୀକରଣ ଶିବିର ଓଡିଶା ରେଡକ୍ରସ୍ ପକ୍ଷ୍ୟରୁ ଆୟୋଜନ କରାଯାଇଥିଲା । ଏହି ଅବସରରେ  ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ସେଥିରେ ୨୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

Leave A Reply

Your email address will not be published.