ପେଟ୍ରୋଲିୟମ ଜାତ ଦ୍ରବ୍ୟର କ୍ରମାଗତ ମୂଲ୍ୟବୃଦ୍ଧି ପ୍ରତିବାଦ

ବାରିପଦାରୁ ଦିଲ୍ଲୀପ ମହାନ୍ତି : ପେଟ୍ରୋଲିୟମ ଜାତ ଦ୍ରବ୍ୟ ଡ଼ିଜେଲ ଓ ପେଟ୍ରୋଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧିର ପ୍ରତିବାଦରେ ଅପ୍ରେଲ ୭ ଶନିବାର ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି, ଯୁବ, ଯୁବ, ଛାତ୍ର ଓ ମହିଳା ବିଜେଡ଼ି ପକ୍ଷରୁ ଜିଲ୍ଲା ବ୍ୟାପି ଧାରଣା ଦିଆ ଯାଇଥିବା ବେଳେ ଜିଲ୍ଲାର ସଦର ମହକୁମା ବାରିପଦା ସହରର କେନ୍ଦ୍ରସ୍ଥଳରେ ରହିଥିବା ମୟୂରଭଞ୍ଜ ଅଟୋ ମୋବାଇଲ ୱାର୍କ ପେଟ୍ରୋଲ ପମ୍ପ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦିଆଯାଇଥିଲା । ସକାଳ ୯ଟାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ଉକ୍ତ ଧାରଣା ଚାଲୁ ରହିଥିଲା । ଏଥି ସହିତ ଜନସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ଲିଫଲେଟ ବଣ୍ଟାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ପେଟ୍ରୋଲ ପମ୍ପଗୁଡ଼ିକୁ ଆସୁଥିବା ଗ୍ରାହକମାନେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥି ପ୍ରତି ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଥିଲା । ଧାରଣାରେ ବସିଥିବା ବିଜେଡ଼ିର ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି ଡ଼ିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଆଦି ପେଟ୍ରୋଲିୟମ ଜାତ ଦ୍ରବ୍ୟ ଉପରେ ଜିଏସଟି ପରିସରଭୂକ୍ତ ହେଲେ ଏହାର ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ପାଇବ ସେ ସମମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ସ୍ପଷ୍ଟ କରିବା ସଂଗେସଂଗେ ଏକ ଶ୍ୱେତପତ୍ର ଜାରି କରାନ୍ତୁ । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବାରେ ଲାଗିଥିବା ବେଳେ ଭାରତରେ ପେଟ୍ରୋଲିୟମ ଜାତ ଦ୍ରବ୍ୟର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇ ୭୨.୭୯ ଟଙ୍କା ଛୁଇଁଛି । ୨୦୧୩ ତୁଳନାରେ ସର୍ବାଧିକ ପେଟ୍ରୋଲ, ଡ଼ିଜେଲର ମୂଲ୍ୟ ବୃଦ୍ଧି କରି ସାଧାରଣ ଜନତାଙ୍କ ସ୍ୱାର୍ଥକୁ ବାରମ୍ବାର କୋଠାରଘାତ କରି ତୈଳ କମ୍ପାନୀଙ୍କୁ ମୁନାଫା ଯୋଗାଇବା ନୀତି ବିରୋଧରେ ଶାନ୍ତିପୂର୍ଣ୍ଣ ଭାବେ ଜନଜାଗରଣ କାର୍ଯ୍ୟ ହାତକୁ ନିଆଯାଇଛି । ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଅଚ୍ଛେଦିନ ଆଣିବାର ସ୍ୱପ୍ନ ଦେଖାଇ ପେଟ୍ରୋଲର ମୂଲ୍ୟକୁ ୪ ବର୍ଷରେ ସର୍ବାଧିକ, ଡ଼ିଜେଲ ମୂଲ୍ୟ ସର୍ବକାଳୀନ ରେକଡର଼୍, ଉତ୍ପାଦନ ଶୁଳ୍କ ୯ ଥର ବୃଦ୍ଧି କରିଚାଲିଛନ୍ତି ବୋଲି ଜୋନାଲ ସଭାପତି ଶ୍ରୀ ମହାନ୍ତି କହିଥିଲେ । ଆଜିର ଏହି ଆନ୍ଦୋଳନ ରେ ବିଜେଡ଼ିର ଜିଲ୍ଲା ସଭାପତି ତଥା ମୋରଡ଼ା ବିଧାୟକ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଡ଼ା ଦେବାଶିଷ ମାର୍ଣ୍ଡି, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି, ବରିଷ୍ଠ ବିଜେଡ଼ି ନେତା ତଥା ଆଇନଜୀବୀ କୃଷ୍ଣ ଦାସ, ଆଇନଜୀବୀ ଅସିତ ଓତ୍ତା, ସମ୍ବିତ ବସା, ରଜତ ସାହୁ, ସ୍ୱରୂପ ଦାସ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଭୟ ସିଂ, ମହିଳା ମୋର୍ଚ୍ଚା ସଭାପତି ଜ୍ୟୋତର୍ମୟୀ କବାଟ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ସାରସକଣା ବିଧାୟକ ଭାଦବ ହାଁସଦାଃ, ବରିଷ୍ଠ କାଉନସିଲର ପ୍ରଶାନ୍ତ ପଟ୍ଟନାୟକ, ସରୋଜ ମହାପାତ୍ର, ପ୍ରଭାତ ମହାନ୍ତି, ଦୁର୍ଗାମଣି ଆଚାର୍ଯ୍ୟ, ବିରଞ୍ଚି ନାରାୟଣ ମହାପାତ୍ର, ମିଡ଼ିଆ କୋ-ଅଡର଼୍ିନେଟର କପିଲ ଖଣ୍ଡେଲୱାଲ, ଅନନ୍ତ ଦାସ, ଶାନ୍ତନୁ ଦାସ, ମୋହନ ବେହେରା, ନୀରୋଜ ସାହୁ, ଜଗତ ନାତାୟଣ ଜିତ୍ ପ୍ରମୁଖ ବିଜେଡ଼ିର ଶତାଧିକ ନେତା, କର୍ମୀ ଓ ସମର୍ଥକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
