ଉଦ୍ଘାଟନ କଲେ ବନ୍ଦର ଅଧ୍ୟକ୍ଷ, ଶ୍ରାବଣୀ କି୍ରକେଟ କ୍ଳବ ବିଜୟୀ
ପାରାଦୀପ : ପାରାଦୀପର ସର୍ବପୁରାତନ କ୍ରକେଟ ସଙ୍ଗଠନ ପାରାଦୀପ ଭେଟେରିଆନ କି୍ରକେଟ କାଉନସିଲ ଆନୁକୁଲ୍ୟରେ ଗୋପବନ୍ଧୁ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଦିବାରାତ୍ର ଟୋଣ୍ଟି ଟୋଣ୍ଟି କି୍ରକେଟ ଟୁର୍ଣ୍ଣାମେଣ୍ଟ ପାରାଦୀପ ବନ୍ଦରର ଲେକପ୍ରିୟ ଅଧ୍ୟକ୍ଷ ରିଙ୍କେଶ ରାଏ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଛନ୍ତି । ଏହି ଉଦଘାଟନି ମ୍ୟାଚରେ ପାରାଦୀପ ବନ୍ଦରର ମୁଖ୍ୟ ଅର୍ଥପରାମର୍ଶଦାତା ସୁରେନ୍ଦ୍ର କୁମାର ସାହୁ ଓ ଗୋପବନ୍ଧୁ କ୍ରିଡା ସଂସଦର ସଭାପତି ଇଂ ଶୁଶୁଲ କୁମାର ନାହାକଙ୍କ ସମେତ ଟୁର୍ଣ୍ଣାମେଣ୍ଟର ଆୟୋଜକ ପାରାଦୀପ ଭେଟେରାନ କ୍ରିକେଟ କାଉନସିଲର ସଭାପତି ମନୋରଞ୍ଜନ ମିଶ୍ର,କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଧଳ ସମ୍ପାଦକ ସରୋଜ କୁମାର ଦାସ ଉପସ୍ଥିତ ଥିଲେ । ଉଦ୍ଘାଟନ ମ୍ୟାଚରେ ଯାଜପୁର ଶ୍ରାବଣୀ କ୍ଳବ ଓ କଟକ ମକଟ କେଶରୀ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରାବଣୀ କ୍ରିକେଟ କ୍ଳବ ୧୪ରନରେ ବିଜୟୀ ହୋଇଥିଲା । ମର୍କଟ କେଶରୀ କ୍ରକେଟ୍ କ୍ଳବ ଟଚ ଜିତି ଶ୍ରାବଣୀ କ୍ରକେଟ କ୍ଳବର ବ୍ୟଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଶ୍ରାବଣୀ କ୍ଳବ ପ୍ରଥମେ ବ୍ୟାଟିଂ କରି ନିଦ୍ଧାରିତ ୨୦ ଓଭରରେ ୨୦୮ରନ କରିଥିଲା ଜବାବରେ ମର୍କଟ କେଶରୀ କ୍ରିକେଟ କ୍ଳବ ସମସ୍ତ ୱିକେଟ ହରାଇ ୧୯୪ରନ କରିବାକୁ ସକ୍ଷମ ହୋଇଥିଲା । ଉକ୍ତ ମ୍ୟାଚରେ ୩୬ବଲରେ ସର୍ବାଧିକ ୮୭ରନ ସଂଗ୍ରହ କରି ମ୍ୟାନ ଅଫ୍ ଦି ମ୍ୟାଚ ହୋଇଥିବା ଆଜାର ଅଲ୍ଲିଙ୍କୁ ଗୋପବନ୍ଧୁ କ୍ରିଡା ସଂସଦ ସମ୍ପାଦକ ରବି ଦାସ ପୁରସ୍କୃତ କରିଥିଲେ । ଟୁର୍ଣ୍ଣାମେଣ୍ଟର ଆୟୋଜକ ପାରାଦୀପ ଭେଟେରାନ କ୍ରିକେଟ କାଉନସିଲ ମିଡିଆ ସେଲ ସମ୍ପାଦକ ନିବୃବାହାନ ଦାସ ସୂଚନା ଦେଇଛନ୍ତି ।