ଦୂର ହେବ କେବେ ଅଣ୍ଡା ଓ ଚିକେନ ଦୋକାନୀଙ୍କ ଶନିଦଶା ?

0

ଭୋକ ଉପାସରେ ଦିନ କଟାଉଛନ୍ତି ପାରାଦୀପର ଅଣ୍ଡା ଓ ଚିକେନ ବ୍ୟବସାୟୀଙ୍କ ପରିବାର

ପାରାଦୀପ : ଆଜକୁ ପ୍ରାୟ ଦେଢମାସ ହେଲା ଭୋକ ଉପାସରେ ଦିନ କଟାଉଛନ୍ତି ବନ୍ଦର ନଗରୀ ପାରାଦୀପ ଅଞ୍ଚଳର ଅଣ୍ଡା ଓ ଚିକେନ ବ୍ୟବସାୟୀଙ୍କ ପରିବାର । ତୁରନ୍ତ ଏହାର ପ୍ରତିକାର ସେମାନଙ୍କର ବ୍ୟବସାୟୀକୁ ପୁନରବାର ଚଳାଇବାକୁ ସାଧାରଣରେ ଦାବି ହେଉଛି । ତୁରନ୍ତ ବଣକ ମହାସଙ୍ଘ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଲେ  ପୁନଶ୍ୟ ଏହି ପରିବାର ବଞ୍ଚ ଯାଇ ପାରନ୍ତେ ବୋଲି ସାଧାରଣରେ ଆଲୋଚନା ଚାଲିିଛି ।
ବନ୍ଦର ନଗରୀ ପାରାଦୀପର ମୁଖ୍ୟ ବିଜୟା ମାର୍କେଟ , ମଧୁବନର ତାରିଣୀ ମାର୍କେଟ, ବିଡ୍ଲିଙ୍ଗ ମାର୍କେଟ, କବରଖାନା ମାର୍କେଟ, ଅଠରବାଙ୍କୀ ମାକେର୍ଟ ନୂଆବଜାର ଓ ନେହେରୁବଙ୍ଗଳା ଓ ଷଣ୍ଡକୁଦ ଅଞ୍ଚଳରେ ସହ ସହ ବ୍ୟବସାୟୀ ଅଣ୍ଡା ଓ ଚିକେନ ବିକ୍ରିକରି ନିଜର ପରିବାର ଭରଣ ପୋଷଣ କରି ଆସୁଥିଲେ । ହଠାତ୍ ଏମାନେଙ୍କର ଶନିଦଶା ପଡିବା ଫଳରେ ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହେଲା । ଯାହା ଫଳରେ ବ୍ଳାର୍ଡ ଫ୍ଲୁ ଆଳରେ ଜିଲ୍ଲା ପ୍ରଶାସନ, ପୌରପ୍ରଶାସନ ଶହ ଶହ କୁକୁଡା ସହିତ ଅଣ୍ଡାକୁ ନଷ୍ଟ କରି ଦିଆଯିବା ସଙ୍ଗେ ସଙ୍ଗେ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ସେମାନଙ୍କର ବ୍ୟବସାୟ ବନ୍ଦ ରହିଛି । ଏମାନେ ବ୍ୟବସାୟ ନ କରିବା ଫଳରେ ଏ ମାନଙ୍କର ପରିବାର ନାହଁ ନଥିବା ଦୃଦଶା ଭୋଗୁଛନ୍ତି । ଏଣୁ ପାରାଦୀପ ବଣିକ ମହାସଙ୍ଘ ତୁରନ୍ତ ହସ୍ତକ୍ଷେପ କରି ଜିଲ୍ଲା ଓ ପୌରପ୍ରଶାସନ ଉପରେ ଚାପ ପ୍ରୟୋଗ କରିବାକୁ ବ୍ୟବସାୟୀମାନେ ବିନମ୍ର ସହିତ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.