ଆୟ ବର୍ହିଭୂତ ସମ୍ପତ୍ତିଠୁଳ ମାମଲା
ବାରିପଦାରୁ ଦିଲ୍ଲୀପ ମହାନ୍ତି – ବାରିପଦା ସ୍ୱତନ୍ତ୍ର ଭିଜିନ୍ସ କୋର୍ଟ ଜଜ୍ ତାରାପ୍ରସାଦ ରଥ ଦୀର୍ଘ ୧୨ ବର୍ଷ ଧରି ଚାଲି ଆସିଥିବା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ଅଭିଯୁକ୍ତ ଶିକ୍ଷୟତ୍ରୀ ବୈଜୟନ୍ତୀ ମାଳା ପାଲଙ୍କୁ ଆବଶ୍ୟକୀୟ ପ୍ରମାଣ ଅଭାବରୁ ସସମ୍ମାନେ ଦୋଷ ମୁକ୍ତ କରାବାର ରାୟ ଶୁଣାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୦୬ ନଭେମ୍ବର ୨୨ଭିଜିଲାନ୍ସ ପକ୍ଷରୁ ଶିକ୍ଷୟତ୍ରୀଙ୍କ ବାରିପଦା ପୌରପରିଷଦସ୍ଥିତ ଶଙ୍ଖପଟା ବାସଭବନ ଉପରେ ଛାପା ମରାଯାଇଥିଲା । ଏହି ସମୟରେ ଭିଜିଲାନ୍ସ ବିଭିନ୍ନ କାଗଜପତ୍ର ସହିତ ବ୍ୟାଙ୍କ ବ୍ୟାଲେନ୍ସ ଆଦି ଯାଞ୍ଚ କରାଯିବା ପରେ ମୋଟ ୭ ଲକ୍ଷ୮୮୪ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତିକୁ ଠାବ କରାଇ ଥିଲା । ଏହାକୁ ନେଇ ଭିଜିଲାନ୍ସରେ ୪୪/୨୦୦୬ରେ ଏକ ମାମଲା ରୁଜୁ କରାଯାଇ ଥିଲା । ଆଜି ଉକ୍ତ ମାମଲାରେ ରହିଥିବା ୧୦ ଜଣ ସାକ୍ଷୀମାନଙ୍କର ବୟାନ, ଭିଜିଲାନ୍ସ ପକ୍ଷରୁ ତଲାସୀ ସମୟରେ ଘରୁ ଜବତ ହୋଇଥିବା ୮୭ଟି ଦସ୍ତାବିଜ ଓ ସମସ୍ତ ପ୍ରମାଣ ପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମାମଲାକୁ ବିବାଦି(ଅଭିଯୁକ୍ତଙ୍କ) ପକ୍ଷରୁ ଆଇନଜୀବୀ କୈଳାଶ ଚନ୍ଦ୍ର ଓ ଓ ଅରବିନ୍ଦ ବାରିକ ପରିଚାଳନା କରିଥିଲେ ।