ଚିଟଫଣ୍ଡ ମାମଲାରେ ୪ ଯୁବକଙ୍କୁ ଜେଲ ଓ ଜୋରିମାନା

0

ବାରିପଦାରୁ ଦିଲ୍ଲୀପ ମହାନ୍ତି – ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ ଡ଼ଃ. ଭି. ସୁଜାତା ଆଜି ଏକ ଚିଟଫଣ୍ଡ ଏଣ୍ଡ ମନି ସାକୁ୍ୟଲେସନ ସ୍କିମ(ବେନିଂ ଆକ୍ଟ-୧୯୭୮) ମାମଲାର ବିଚାର କରି ବେତନଟୀ ଥାନା ଅନ୍ତର୍ଗତ ଶୁଖିଲାହାର ଗ୍ରାମର ଶିବ ଶଙ୍କର ମହାନ୍ତ(୩୩), ବିଜେଡ଼ିର ଯୁବ ନେତା ତଥା ବେତନଟୀ ଥାନା ଅନ୍ତର୍ଗତ ଦହିକୋଟୀ ଗ୍ରାମର ଭବାନୀ ଶଙ୍କର ମିଶ୍ର(୪୦), ବେତନଟୀ ଥାନା ଭାଲିଆ ଗ୍ରାମର ଗୁଣାକର ମହାନ୍ତ(୨୮) ଓ ବେତନଟୀ ଥାନା ବାହାନଡ଼ା ଗ୍ରାମର ସାବିତ୍ରୀ ବେହେରା(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଅଣ୍ଡର ସେକସନ ୫ ଅଫ ଦା ପ୍ରାଇସ ଚିଟଫଣ୍ଡ ଆଣ୍ଡ ମନି ସାର୍କୋଲେସନ ସ୍କିମ(ବେନିଂ ଆକ୍ଟ-୧୯୭୮) ଅନୁସାରେ ପ୍ରତ୍ୟେକଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବେତନଟୀ ବଜାରରେ ଏମସିସି ବ୍ୟାଙ୍କ ସମ୍ମୁଖରେ ଏକ ଚିଟଫଣ୍ଡ କମ୍ପାନୀ ଖୋଲି ବଜାରରୁ ବହୁ ପରିମାଣରେ ଅର୍ଥ ସଂଗ୍ରହ କରୁଥିବାର ଖବର ପାଇ ବେତନଟୀ ଥାନା ଏସଆଇ  ମୋନାଲିସା କର ସଦଳବଳେ କମ୍ପାନୀ ଉପରେ ଛାପା ମାରି ଥିଲେ । ଏହି ସମୟରେ ଶୁଖିଲାହାର ଗ୍ରାମର ଶିବ ଶଙ୍କର ମହାନ୍ତ କମ୍ପାନୀର ଡେଭଲପମେଣ୍ଟ ଅଫିସର, ବିଜେଡ଼ିର ଯୁବ ନେତା ତଥା ଦହିକୋଟୀ ଗ୍ରାମର ଭବାନୀ ଶଙ୍କର ମିଶ୍ର ବ୍ରାଞ୍ଚ ମ୍ୟାନେଜର, ଭାଲିଆ ଗ୍ରାମର ଗୁଣାକର ମହାନ୍ତ ଅଫିସ ଆସିଷ୍ଟାଣ୍ଟ ଓ ବାହାନଡ଼ା ଗ୍ରାମର ସାବିତ୍ରୀ ବେହେରା ଆକାଉଣ୍ଟାଟ ଭାବେ କାର୍ଯ୍ୟ କରୁଥିବାର ଦେଖିବାକୁ ପାଇଥିବା ବେଳେ କମ୍ପାନୀର ସିଏମଡ଼ି ଭାବେ କୋଲକାତାର ସୁନାରପୁର ଅଞ୍ଚଳର ସ୍ନେହାଶିଷ ସରକାର ଉକ୍ତ କମ୍ପାନୀକୁ ପରିଚାଳନା କରୁଥିବାର ଜାଣିବାକୁ ପାଇଥିଲେ । କାର୍ଯ୍ୟରତ କର୍ମଚାରୀମାନଙ୍କୁ କମ୍ପାନୀର ସମସ୍ତ ବୈଧ କାଗଜପତ୍ର ଯାଞ୍ଚ କରିବାକୁ ମାଗିବା ପରେ କର୍ମଚାରୀମାନେ କୌଣସି ବୈଧ କାଗଜପତ୍ର ଦାଖଲ କରିପାରି ନ ଥିଲେ । ଫଳରେ ପୁଲିସ ଟିମ କମ୍ପାନୀର କମ୍ୁ୍ୟଟର ଆଦି ସହିତ କାଗଜ ପତ୍ରକୁ ଜବତ କରି କମ୍ପାନୀକୁ ସିଲ କରାଇଥିଲେ । ଏଥି ସହିତ ଏମାନଙ୍କ ନାମରେ ଆଇପିସି ଧାରା ଅଣ୍ଡର ସେକସନ ୪୦୬/୪୨୦/ ୧୨୦(ବି)/ ୩୪ ସହିତ ୪/୫/୬ ଅଫ ପ୍ରାଇଜ ଚିଟ ଆଣ୍ଡ ମନି ସାର୍କୋଲେସନ ସ୍କିମ(ବେନିଂ) ଆକ୍ଟ ୧୯୭୮ ଅନୁସାରେ ବେତନଟୀ ଥାନାରେ କେଶ ନଂ-୮୩/୧୦.୦୫.୨୦୧୩ ମାମଲା ରୁଜୁ କରାଯାଇଥିଲା । ଆଜି ଉକ୍ତ ମାମଲାରେ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା ।

Leave A Reply

Your email address will not be published.