ଅମିତ ଶାହାଙ୍କୁ ରୁଚି ନଥିବ ଗୋମତିଙ୍କ ଘରର ଲଞ୍ଚ  

0

 ସେପଟେ ଗର୍ଜନ , ଏପଟେ ମୁହଁ ପୋଡି ଯାଉଛି 

05-04-18-amit-1.jpg - 169.58 kB

 ଭୁବନେଶ୍ୱର:ସେପଟେ ରାଷ୍ଟ୍ରୀୟ ସଭାପତି  ଗର୍ଜି ଗର୍ଜି  ରାୟପୁର ବାଟେ ମୁମ୍ବାଇ ଚାଲିଗଲେ | ସେପଟେ ବଲାଙ୍ଗୀରର ଦେଗାଁ ରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଗୋମତୀ ସୁନାଙ୍କ ଘରେ ଲଞ୍ଚ ଅଖାଡୁଆ ଲାଗିଥିବ ନିଶ୍ଚୟ | କାରଣ ସେପଟେ ଗୋମତୀଙ୍କ ଘରେ ଲଂଚ କଲା ବେଳକୁ ଏପଟେ ଅଳ୍ପ କିଛି ବାଟ ମାନେ ସେଇ ପଶ୍ଚିମ ଓଡିଶା ଏରିଆରେ ଥିବା ଅତାବିରା ଏନଏସିରେ ବିଜେପି ପୋଛି ହେଇ ଯାଇଛି ! କେବଳ ସେତିକି ନୁହେ , ହିନ୍ଦୋଳ  ଏନଏସିରେ ବିଜେଡି ୧୬ ୱାର୍ଡରୁ ୧୩ଟି ୱାର୍ଡ ପାଇଥିବା ବେଳେ ବିଜେପି ଗୋଟିଏ ୱାର୍ଡ ପାଇଁ ଖାତା ଖୋଲିବାରେ ସକ୍ଷମ ହୋଇଛି | ଆଉ ଦୁର୍ଭାଗ୍ୟର କଥା ହେଲା ହିନ୍ଦୋଳ କେନ୍ଦ୍ରମନ୍ତ୍ରୀଙ୍କ ଜିଲା | ସବୁଠାରୁ ଦୁର୍ଭାଗ୍ୟର କଥା ହେଲା …ଓଡ଼ିଶାରେ ଅର୍ବାନ ବେସେଡ ପାର୍ଟି ଭାବେ ଜଣାଶୁଣା ବିଜେପି ଗତ ପଡ଼ା ନିର୍ବାଚନରେ ନିଜର ସତ୍ତା ହରାଇଥିବା ବେଳେ ଏବେ ପୁରା ନିର୍ବାଚନ ସେରିଜ ଆରମ୍ଭ ହେବ ପୂର୍ବରୁ ଅନୁଷ୍ଠିତ ଦୁଇଟି ଏନଏସସି ନିର୍ବାଚନରେ ବିଜେଡି ଠାରୁ ଝଟକା ଖାଇଛି | ଆଉ ସବୁଠାରୁ ବଡ କଥା ହେଲା ଗାହଟ ଏନଏସି ନିର୍ବାଚନରେ  ହିନ୍ଦୋଳରେ ସର୍ବାଧିକ ଆସନ ପାଇଥିବା କଂଗ୍ରେସ ବି ପୋଛି ହୋଇଯାଇଛି | ବାଜି ମାରି ନେଇଛି ବିଜେଡି |   ବିଜେପୁର ନହେଲା ନାହିଁ, ଅତାବିରା ଏନଏସି ବି ହଟେଇବାର ବିଫଳ ହୋଇଛି ୧୨୦/୧୨୫/୮୫ ର ମିଶନର ଭାଷଣ ଭାସୁଥିବା ବିଜେପି | ଗତ ୩ ତାରିଖରେ ଉଭୟ ଏନଏସିରେ ମତଦାନ ହୋଇଥିବା ବେଳେ ଆଜି ଘୋଷିତ ଜନତାଙ୍କ ରାୟ ବିଜେଡି ସପକ୍ଷରେ ଯାଇଛି |  ବିଜେଡିର ଏଭଳି ଲ୍ୟାଣ୍ଡ ସ୍ଲାଇଡ ବିଜୟରେ ଉଲ୍ଲସିତ ବିଜେଡି ସମ୍ପାଦକ ବିଜୟ ନାୟକ କହିଛନ୍ତି ହିନେ୍ଦାଳ ଓ ଅତାବିରା ନିର୍ବାଚନ ଫଳାଫଳ ପୁଣିଥରେ ପ୍ରମାଣିତ କରିଛି

ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ବିକଳ୍ପ ନାହିଁ : ବିଜୟ 

05-03-18-bijay.jpg - 35.99 kBଭୁବନେଶ୍ୱର : ବିଜେପୁରର ବିପୁଳ ବିଜୟ ପରେ ଅତାବିରା ଓ ହିନେ୍ଦାଳ ଏନ୍‍ଏସି ନିର୍ବାଚନରେ ବିଜେଡିର ବିଜୟ ଯାତ୍ରା ଅବ୍ୟାହତ ରହିଛି । ଏଥିରୁ ବିଜେଡି ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକମାନଙ୍କର ଶ୍ରଦ୍ଧା, ଶୁଭେଚ୍ଛା ଓ ଗ୍ରହଣୀୟତା ପ୍ରମାଣିତ ହୋଇଛି । ବିଜୁ ଜନତା ଦଳ ସରକାର ଉନ୍ନୟନ ଭିତ୍ତିକ ରାଜନୀତିରେ ବିଶ୍ୱାସ କରେ । ଓଡ଼ିଶାର ପ୍ରଗତି ହିଁ ଦଳର ଏକମାତ୍ର ଏଜେଣ୍ଡା । ଏଥିପାଇଁ ଲୋକମାନଙ୍କର ଶୁଭେଚ୍ଛା ଓ ସଦିଚ୍ଛା ବିଜେଡି ସପକ୍ଷରେ ରହିଆସିଛି । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ- ବିଜେଡିକୁ ଲୋକମାନଙ୍କର ନିକଟତର କରିଛି । ସାରା ଓଡ଼ିଶାର ଆଶା, ଭରସା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ହୋଇଛି ବିଜେଡି ଓ ନବୀନ ସରକାର । ବିରୋଧୀ ଦଳମାନଙ୍କର ସମସ୍ତ ଅପପ୍ରଚାର, ଅପଚେଷ୍ଟା ଓ ଅସତ୍ୟର ଜବାବ ଦେଇଛନ୍ତି ସାଧାରଣ ଭୋଟର । ହିନେ୍ଦାଳ ଓ ଅତାବିରାର ଜନସାଧାରଣଙ୍କ ମତଦାନ ପୁଣିଥରେ ପ୍ରମାଣିତ କରିଛି, ବିଜେଡି ନେତୃତ୍ୱରେ ଓଡ଼ିଶାରେ ଯେଉଁ ପ୍ରଗତି ପ୍ରକ୍ରିୟା ଚାଲିଛି ତାହାକୁ ଆଗାମୀ ଦିନରେ ଆହୁରି ତ୍ୱରାନ୍ୱତି କରିବା ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ହିଁ ଓଡ଼ିଶାରେ ଏକମାତ୍ର ସଫଳ ନେତୃତ୍ୱ ଏବଂ ଏହାର ବିକଳ୍ପ ନାହିଁ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

 ଦୁଇଟି ଏନ୍‍ଏସି ନିର୍ବାଚନର ଫଳାଫଳ କଂଗ୍ରେସ ଓ ବିଜେପିକୁ ଶକ୍ତ ଧକ୍କା

06-04-18-sasmit.jpeg - 16.00 kB

ଭୁବନେଶ୍ୱର : ହିନେ୍ଦାଳ ଏବଂ ଅତାବିରା ଏନ୍‍ଏସି ନିର୍ବାଚନରେ ବିଜୁ ଜନତା ଦଳକୁ ବିପୁଳ ସମର୍ଥନ ସହିତ ଜନସାଧାରଣ ଜୟଯୁକ୍ତ କରାଇଛନ୍ତି । ଏଥିପାଇଁ ବିଜୁ ଜନତା ଦଳ ତରଫରୁ ହିନ୍ଦୋଳ  ଏବଂ ଅତାବିରାର ଜନସାଧାରଣଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଜ୍ଞାପନ କରାଯାଇଛି । ସେମାନଙ୍କର ଆଶୀର୍ବାଦ କ୍ରମେ ଦୁଇଟିଯାକ ନିର୍ବାଚନରେ ବିଜୁ ଜନତା ଦଳ ବିଗତ ନିର୍ବାଚନ ଠାରୁ ରେକର୍ଡ ସଂଖ୍ୟକ ଭୋଟ୍‍ରେ ଜୟଯୁକ୍ତ ହୋଇଛି । ଏହା ଜନସାଧାରଣଙ୍କ ନବୀନ ପଟ୍ଟନାୟକଙ୍କ ପ୍ରତି ଅକୁଣ୍ଠ ଭଲ ପାଇବା ଏବଂ ବିଜୁ ଜନତା ଦଳ ସରକାରର ବିକାଶମୂଳକ କାର୍ଯ୍ୟ ପ୍ରତି ତାଙ୍କର ଜନସମର୍ଥନ ଥିବା ସ୍ପଷ୍ଟ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ କଥାରେ ନୁହେଁ, କିନ୍ତୁ କାର୍ଯ୍ୟରେ ବିଶ୍ୱାସ କରନ୍ତି । ତାଙ୍କର କାର୍ଯ୍ୟ କଥା କୁହେ ଏବଂ ସେହି କାର୍ଯ୍ୟ ଉପରେ ଆସ୍ଥା ଓ ଭରସା ରଖି ହିନ୍ଦୋଳ  ଓ ଅତାବିରାର ଜନସାଧାରଣ ବିଜେଡିକୁ ଅକୁଣ୍ଠଚିତ୍ତରେ ସମର୍ଥନ ଜଣାଇଛନ୍ତି । ଅତାବିରାରେ ବିଜେଡି ସପକ୍ଷରେ ୬୦% ଭୋଟ ମିଳିଥିବା ବେଳେ ହିନ୍ଦୋଳରେ ୫୨% ଭୋଟ୍‍ର ବିଜୁ ଜନତା ଦଳ ସପକ୍ଷରେ ମତସାବ୍ୟସ୍ତ କରିଛନ୍ତି । ଅତାବିରାରେ ବିଜେପି ଖାତା ଖୋଲିବାରେ ସଫଳ ହୋଇନଥିବା ବେଳେ ହିନେ୍ଦାଳରେ କଂଗ୍ରେସ ମଧ୍ୟ ଖାତା ଖୋଲିବାରେ ସକ୍ଷମ ହୋଇନାହିଁ । ଦୁଇଟି ଏନ୍‍ଏସି ନିର୍ବାଚନର ଫଳାଫଳ କଂଗ୍ରେସ ଓ ବିଜେପିକୁ ଶକ୍ତ ଧକ୍କା ହୋଇଛି ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

05-04-18-sajjan-sharma.jpg - 32.33 kB

ଅତାବିରା ଓ ହିନ୍ଦୋଳ  ପୌରପରିଷଦ ନିର୍ବାଚନ ଫଳ ଏହା ସ୍ୱାଭାବିକ ଜନମତର ପ୍ରତିଫଳନ ନୁହେଁ: ବିଜେପି

: ରାଜ୍ୟ ବିଜେପି ବିନମ୍ରତାର ସହ ଅତାବିରା ଓ ହିନ୍ଦୋଳ  ପୌରପରିଷଦର ଜନମତକୁ ସମ୍ମାନ ଜଣାଉଛି । ଏହି ଜନମତ କଂଗ୍ରେସ ବିରୁଦ୍ଧରେ ଯାଇଛି । ଏହି ପୌରପରିଷଦ ନିର୍ବାଚନ ଫଳାଫଳ ହେଉଛି ଶାସକ ବିଜେଡି ଓ ଅସାଧୁ କର୍ମଚାରୀଙ୍କ ମେଂଟ । ଯେହେତୁ ବିରୋଧୀ ଗୋଷ୍ଠୀର ନିର୍ବାଚିତ ପ୍ରତିନିଧିମାନଙ୍କୁ ବିଜେଡି ସରକାର କାର୍ଯ୍ୟକରିବାକୁ ଦେଉନାହିଁ ତେଣୁ ଭୋଟରମାନେ କଂଗ୍ରେସକୁ ହରାଇ ବାଧ୍ୟ ହୋଇ ବିଜେଡିକୁ ଭୋଟ ଦେଇଥିବା ଅନୁମାନ କରାଯାଉଛି ।  ଏହା ସ୍ୱାଭାବିକ ଜନମତର ପ୍ରତିଫଳନ ନୁହେଁ । ଓଡିଶାର ସଂପୂର୍ଣ୍ଣ ଜମମତ ସହ ଏହାକୁ ତୁଳନା କରଯାଇ ପାରିବ ନାହିଁ ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ  ସଜ୍ଜନ ଶର୍ମା କହିଛନ୍ତି । 

Leave A Reply

Your email address will not be published.