ଯାଜପୁର(ଜୟଶଙ୍କର ଦାଶ : ସମ୍ୱିଧାନ ପ୍ରଣେତା ଡଃ ଭୀମରାଓ ଆମ୍ୱେଦକରଙ୍କ ସଂପର୍କରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ଏକ ଓଡିଆ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଚ୍ଥି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଚଳିତ ମାସ ୧୧ ତାରିଖ ପୂର୍ବାହ୍ନ ୮ ଘଟିକା ସମୟରେ “ସମ୍ୱିଧାନ ପ୍ରଣେତା ଡଃ ଭୀମ ରାଓ ଆମ୍ୱେଦକର” ଶୀର୍ଷକ ଏହି ପ୍ରତିଯୋଗିତା ଯାଜପୁର ଜିଲ୍ଲା ସ୍କୁଲ ଠାରେ ଅନୁଷ୍ଠିତ ହେବ । ଏଥିରେ ୮ ମରୁ ୧୦ମ ଓ ମହାବିଦ୍ୟାଳୟ ସ୍ତରର ଚ୍ଥାତ୍ରଚ୍ଥାତ୍ରୀ ମାନେ ଅଂଶ ଗ୍ରହଣ କରିପାରିବେ । ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଯେ କୈାଣସି ଶିକ୍ଷାନୁଷ୍ଠାନର ସର୍ବାଧିକ ୩ ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିପାରିବେ । ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ ୩ ଜଣଙ୍କୁ ଅପ୍ରେଲ ୧୪ ତାରିଖରେ ଡଃ ଆମ୍ୱେଦକରଙ୍କ ଜୟନ୍ତୀ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ପୁରସ୍କୃତ କରାଯିବ । ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଚଳିତ ମାସ ୯ ତାରିଖ ସୁଦ୍ଧା ଆଗ୍ରହୀ ଚ୍ଥାତ୍ର ଚ୍ଥାତ୍ରୀଙ୍କ ନାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟକୁ ପ୍ରେରଣ କରିବାକୁ ଅନୁରୋଧ କରାଯାଉଚ୍ଥି ।
Sign in
Sign in
Recover your password.
A password will be e-mailed to you.