ଦରଦାମ ବୃଦ୍ଧିର ପ୍ରତୀକ ମୋଦୀଙ୍କ ଫଟୋକୁ ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କିରୁ ହଟାଯାଉ: ଯୁବ କଂଗ୍ରେସ

ଭୁବନେଶ୍ୱର – ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟର ବିଜେଡ଼ି ଓ କେନ୍ଦ୍ରର ବିଜେପି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି ଅଭିଯୋଗ କରିଛନ୍ତି । ଶ୍ରୀ ମହାରଥି କହିଛନ୍ତି ଯେ ଉଭୟଦଳ କାଦୁଅ ଫିଙ୍ଗାରେ ବ୍ୟସ୍ତ ଅଛନ୍ତି । ରାଜ୍ୟ କି କେନ୍ଦ୍ର ସରକାର ଟିକସ କମାଇବାର ନାଁ ଧରୁନାହାନ୍ତି । ପେଟ୍ରୋଲ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ତେଲଟାଙ୍କିରେ ମୋଦିଙ୍କ ଫଟୋ ପ୍ରଦର୍ଶିତ ହେବା ସାଧାରଣ ଜନତାଙ୍କ ପାଇଁ ଉପହାସ । ମୋଦି ଦରବୃଦ୍ଧିର ପ୍ରତୀକ । ସବୁ ତେଲଟାଙ୍କିରୁ ମୋଦିଙ୍କ ଫଟୋ ହଟାଇବା ପାଇଁ ପ୍ରଦେଶ ଯୁବ କଂଗ୍ରେସ ଦାବି କରୁଛି, ଉଭୟ ନବୀନ ଓ ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକରି ସାଧାରଣ ଜନତାଙ୍କୁ ଲୁଟୁଛନ୍ତି ।
୨୦୧୪ ମଇ ମାସଠାରୁ ୨୦୧୭ ସେପ୍ଟେମ୍ବର ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଉପôାଦନ ଶୁଳ୍କ ୧୨ଥର ବୃଦ୍ଧି କରାଯାଇଛି । ୨୦୧୪ ମେ’ରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୧୩ ଡଲାରଥିଲା । ୨୦୧୫ ଜାନୁୟାରି ବେଳକୁ ଏହା ୫୦ ଡଲାର ଏବଂ ୨୦୧୬ ଜାନୁୟାରି ବେଳକୁ ଆନ୍ତର୍ଜାତିକ ବଜାରରେ ଏହା ୨୯ ଡଲାରକୁ ଖସି ଆସିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦରକୁ ସେହି ଅନୁପାତରେ କମାଇ ଦିଆଯାଇ ନଥିଲା । ୨୦୧୪ ମସିହାରେ ଅଶୋଧିତ ତେଲଦର ବ୍ୟାରେଲ ପିଛା ୧୧୩ ଡଲାର ଥିବାବେଳେ ପେଟ୍ରୋଲ ଲିଟର ୭୩ ଟଙ୍କା ଥିଲା । ଏହାପରେ ଅଶୋଧିତ ତେଲଦର ମୋଦି ସରକାର ଅମଳରେ ବ୍ୟାରେଲ ପିଛା ୫୦ ଡଲାର ଏପରିକି ୨୯ଡଲାର ହେଲାପରେ ବି ପେଟ୍ରୋଲ ଓ ଡିଜେଲଦରକୁ ସେହି ଅନୁପାତରେ କମାଯାଇନଥିଲା । ଏପଟେ ବିଜେଡ଼ି ସକରାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ୨୬ ପ୍ରତିଶତ ଭାଟ ଲାଗୁକରି ନିଜକୁ ନିଦେ୍ର୍ଧାଶ ବୋଲି ସଫେଇ ଦେଇଛନ୍ତି । ୨୦୧୪ରୁ ୨୦୧୬ ମସିହା ମଧ୍ୟରେ ଲିଟର ପିଛା ପେଟ୍ରୋଲ ଉତ୍ପାଦ ଶୁକ୍ଳ ୧୧ଟଙ୍କା ୭୭ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ ଉପôାଦ ଶୁଳ୍କ ୧୩ଟଙ୍କା ୪୭ ପଇସା ବୃଦ୍ଧି ହୋଇଛି । ସୁତରାଂ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଉଭୟ ମୋଦି ଓ ନବୀନ ସରକାର ନିର୍ଦ୍ଧୟ ଭାବେ କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଏବଂ ତେଲଟାଙ୍କି ରୁ ମୋଦିଙ୍କ ଫଟୋ ହଟାଇବା ଦାବିରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜଧାନୀର ସମସ୍ତ ତେଲଟାଙ୍କି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ଅଜୟ କୁମାର ସାହୁ ଓ ଅଙ୍କିତ ସିଂଘାଇ, ଛାତ୍ର ନେତା ୟାସିର ନୱାଜ ଓ ଅଭିଷେକ ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ ।