ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ :  ଅଭିଯୁକ୍ତକୁ ଜେଲ ଓ ଜୋରିମାନା

0

 

ବାରିପଦାରୁ ଦିଲିପ ମହାନ୍ତି – ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍(୧) କାମ୍ ପ୍ରିଜାଇଡ଼ିଂ ଅଫିସର ଚିଲଡ୍ରେନ କୋର୍ଟ ଜଜ୍  ଅଜିତ୍ କୁମାର ସିଂ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମୋରଡ଼ା ଥାନା ଅଞ୍ଚଳର ଏକ ୨୬ ବର୍ଷର ଯୁବକ ଶଙ୍କର ସିଂକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା ୩୬୩ରେ ୩ ବର୍ଷ ସଶ୍ରମ କାରାଦଣ୍ଡ, ୩ ହଜାର ଟଙ୍କା ଜୋରିମାନା ଏବଂ ଅନାଦେୟ ହେଲେ ଅଧିକ ୩ ମାସ ସଶ୍ରମ ଜେଲ ଦଣ୍ଡର ରାୟ ଶୁଣାଇଛନ୍ତି । ସେହିପରି ଆଇପିସି ଧାରା ୩୬୬ରେ ୫ ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଜୋରିମାନା, ଅନାଦେୟରେ ଅଧିକ ୪ ମାସ ସଶ୍ରମ  ଏବଂ ଆଇପିସି ଧାରା ୩୭୬(୨)(ଆଇ)ରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଅର୍ଥଦଣ୍ଡ, ଏହା ଅନାଦେୟରେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏହି ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ କରାଯିବ ବୋଲି ମଧ୍ୟ ରାୟରେ ଦର୍ଶାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୋରଡ଼ା ଥାନା ଅନ୍ତର୍ଗତ ଏକ ଗ୍ରାମର ଯୁବକ ଶଙ୍କର ସିଂ ସେହି ଗ୍ରାମର ଏକ ଯୁବତୀକୁ ୨୦୧୨ ଦୁର୍ଗା ପୂଜା ସମୟରେ ନିଜ ଘରକୁ ଡ଼ାକି ତା ସହିତ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏହାପରେ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ତା ସହିତ ବାରମ୍ବାର ଦୈହିକ ସମ୍ପର୍କ ରଖିଆସିବା ଫଳରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲା । ମାତ୍ର ଶଙ୍କର ସିଂ ଯୁବତୀକୁ ବିବାହ କରିବାକୁ ରାଜି ନ ହେବାରୁ ଗ୍ରାମରେ ଦୁଇଥର ବୈଠକ ବସିଥିଲା । ବୈଠକରେ ଉପସ୍ଥିତ ଗ୍ରାମବାସୀଙ୍କ ସମ୍ମୁଖରେ ଶଙ୍କର ନିଜର ସମସ୍ତ ଦୋଷ ସ୍ୱୀକାର କରି ଯୁବତୀକୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏହା ପରେ ଶଙ୍କର ସିଂ ଯୁବତୀକୁ ବିବାହ କରିବା ବଦଳରେ ତାର ୧୫ ବର୍ଷିୟା ନାବାଳିକା ଝିଆରୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବା ପରେ ଏହି ସମସ୍ତ ଘଟଣାକୁ ନେଇ ପିଡ଼ିତା ପକ୍ଷରୁ ମୋରଡ଼ା ଥାନାରେ କେଶ ନଂ ୧୫/୦୯.୦୨.୨୦୧୩ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ମାମଲାରେ ରହିଥିବା ୧୫ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ । 

 

Leave A Reply

Your email address will not be published.