ବାରିପଦା(ଦିଲ୍ଲୀପ ମହାନ୍ତି) – ୨୦୧୯ରେ ହେବାକୁ ଯାଉଥିବା ବାରିପଦା ପୌରପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଦ୍ୱାରା ବାରିପଦା ପୌରପରିଷଦର ୱାର୍ଡର ପୁର୍ନଗଠନ ଓ ସଂରକ୍ଷଣ ନିମନ୍ତେ ଖସଡ଼ା ପ୍ରସ୍ତୁତି ସହିତ ଚୁଡ଼ାନ୍ତ ତାଲିକାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୌରପରିଷଦର ୱାଡର଼୍ ସଂଖ୍ୟା ୪ ବୃଦ୍ଧି ପାଇ ୩୨ ଧରିଛି । ପ୍ରଥମେ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୪୫୫/୧୫.୦୨.୨୦୧୮ ସହିତ ଜିଲ୍ଲାପାଳ ଶ୍ରୀମୀନାଙ୍କ ସ୍ୱାକ୍ଷର ଥାଇ ଓଡ଼ିଶା ମୁନିସିପାଲିଟି ଆଇନ ୧୯୫୦ (୨୩ ଧାରା) ସହିତ (୧) ଏ ର ୨-ଏ ଆଧାରରେ ଖସଡ଼ା ନିୟମାବଳୀ ଓ ସଂରକ୍ଷିତ ଲିଙ୍ଗ ଭିତ୍ତିକ ସଦସ୍ୟତା ପାଇଁ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଏଥିରେ ପୌରପରିଷଦର ନୋଟିସ ବୋଡର଼୍ରେ ଝୁଲା ଯାଇଥିବା ପ୍ରସ୍ତାବିତ ୱାଡର଼୍ ପନଃଗଠନ ତାଲିକା ଅନୁସାରେ ଲାଲବଜାର(ଆଂଶିକ), ଅମ୍ବିକା ସାହି ଓ ବାବୁସାହି ଅଞ୍ଚଳର ୩୩୯୮ ଜନସଂଖ୍ୟାକୁ ନେଇ ୫ ନଂ ଅଣସଂରକ୍ଷିତ ୱାଡର଼୍ ରହିଥିଲା । ଉକ୍ତ ୱାଡର଼୍ ପୁନଃଗଠନ ପ୍ରସ୍ତାବ ଉପରେ କୌଣସି ବ୍ୟକ୍ତିର ଆପତ୍ତି ଅଭିଯୋଗ ରହିଥିଲେ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଫେବୃଆରୀ ୨୪ରେ ଦାଖଲ କରିବା ପରେ ତାହା ଉପରେ ମାର୍ଚ୍ଚ ୭ରେ ଶୁଣାଣି ହୋଇ ୯ରେ ଚୁଡ଼ାନ୍ତ ତାଲିକାରେ ୱାଡର଼୍ଟି ସାଧାରଣ ବର୍ଗର ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଗଲା ଓ ଉକ୍ତ ୱାଡର଼୍ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ାରେ ଶେଷ ମୋହର ଲାଗିବା ନିମନ୍ତେ ସରକାରଙ୍କ ନିକଟକୁ(ୟୁ ଆଣ୍ଡ ଡ଼ି ଡ଼ିପାର୍ଟମେଣ୍ଟ ଡ଼ାଇରେକ୍ଟର) ପଠାଇ ଦିଆଗଲା । ସେଠାରେ ବିଭାଗୀୟ ମନ୍ତ୍ରୀ ଏହା ଉପରେ ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି । ତେବେ ବାରିପଦା ପୌରପରିଷଦରେ ଏହି ୱାଡର଼୍ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ା ପ୍ରସ୍ତୁତିରେ ପାତର ଅନ୍ତର କରାଯାଇଥିବାର ଅଭିଯୋଗ ହେଉଛି । ଜିଲାପାଳ ଓ ପୌର ନିର୍ବାହୀ ଅଧିକାରୀ ପୌରପରିଷଦର ଭୌଗୋଳିକ ସ୍ଥିତିକୁ ବିଚାରକୁ ନ ନେଇ ମେରୀ ମର୍ଜ୍ଜି ଅନୁସାରେ ୱାର୍ଡର ପୁନଃଗଠନ କରିଥିବାର ଅଭିଯୋଗ ଆସିଛି । ଏଥି ସହିତ ଏହି ପ୍ରସ୍ତାବକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବାରିପଦା ପୌରପରିଷଦର ସୀମା ବୃଦ୍ଧିପାଇ ଚାଲିଥିବା ବେଳେ ନୂଆ ଅଞ୍ଚଳକୁ ସାମିଲ କରାଯିବା ପରିବର୍ତ୍ତେ ପୂର୍ବର ପ୍ରାୟ ୩୦ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଗଠିତ ହୋଇଥିବା ୨୮ ୱାଡର଼୍କୁ କାଟଛାଟ ସହିତ ୨୦୧୧ ଜନଗଣନା ମାଧ୍ୟମରେ ୪ଟି ୱାଡର଼୍ ବୃଦ୍ଧିକରାଯାଇ ୩୨ ସଂଖ୍ୟା ଧରିଛି । ଏହା ମଧ୍ୟରେ ଅନୁସୂଚିତ ଜାତିର ମହିଳା ବର୍ଗଙ୍କ ନିମନ୍ତେ ୨ ଓ ପୁରୁଷଙ୍କ ନିମନ୍ତେ ୨, ଅନୁସୂଚିତ ଜନଜାତି ବର୍ଗର ମହିଳାଙ୍କ ନିମନ୍ତେ ୩ ଓ ପୁରୁଷଙ୍କ ନିମନ୍ତେ ୨ ଏବଂ ଅଣସଂରକ୍ଷିତ ମହିଳାଙ୍କ ନିମନ୍ତେ ୧୧ ଓ ୧୨ଟି ୱାର୍ଡରୁ ଅଣସଂରକ୍ଷିତ ଭାବେ ରଖାଯାଇଛି । ପ୍ରକାଶିତ ତାଲିକାକୁ ନେଇ ବିଭିନ୍ନ ୱାଡର଼୍ର କାଉନସିଲର ଓ ଆଶାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କେତେକ ୱାଡର଼୍ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ସମୟଠାରୁ ଅଣସଂରକ୍ଷିତ ଓ ମହିଳା ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇ ଆସୁଥିବା ବେଳେ ଅନ୍ୟ କେତେକ ୱାଡର଼୍ ସମସ୍ତ ବର୍ଗଙ୍କ ନିମନ୍ତେ ରୋଟେସନ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥା ପରିସର ମଧ୍ୟରେ ରହିଆସୁଛି । ଫଳରେ ଜିଲାପାଳଙ୍କ ସ୍ୱାକ୍ଷରରେ ପ୍ରସ୍ତୁତ ବାରିପଦା ପୌରପରିଷଦ ୱାଡର଼୍ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ାର ସ୍ୱଚ୍ଛତା ଉପରେ ପୌରପରିଷଦର ୫ ନଂ ୱାର୍ଡବାସୀ ପ୍ରଶ୍ନ ଉଠାଇ ଏହା ବିରୋଧରେ ଆର୍ବାନ ନିର୍ଦ୍ଦେଶକ ଙ୍କ ନିକଟରେ ଅଭିଯୋଗ ବାଢ଼ିଛନ୍ତି । ଖଗରଶ୍ୱର ବଳିଆରସିଂ, ନବ କୁମାର ସାହୁ, ନରେଶ ଚନ୍ଦ୍ର ସାହୁ, କୌଶିକ କୁମାର ମୁଖାର୍ଜୀ, ବିଜନ ଦାସ, ନରେଶ କୁମାର ଖୁରାନା, ସରୋଜ କୁମାର ବୋଷ, ଅଜୟ କୁମାର ମୁଦି, ମନୋଜ କୁମାର ବୋଷ ଓ ରାମ ଚନ୍ଦ୍ର ଖଣ୍ଡେଲୱାଲ ପ୍ରମୁଖଙ୍କ ଅଭିଯୋଗ ଅନୁସାରେ ପ୍ରଥମେ ୱାଡର଼୍ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ା ପ୍ରସ୍ତୁତ ବେଳେ ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀ ରହିଥିବା ନୀତି ନିୟମକୁ ଅଣଦେଖା ପ୍ରଦର୍ଶନ କରିଛନ୍ତି । ଐତିହାସିକ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରା ନଯିବା ନିମନ୍ତେ ଆଇନରେ ଦର୍ଶାଯାଇଛି । ୫ନଂ ୱାଡର଼୍ ମୟୂରଭଞ୍ଜ ଗଡ଼ଜାତ ମହାରାଜାମାନଙ୍କର ଅନେକ କୀତ୍ତି ରାଜି ସହିତ ଜଡ଼ିତ ରହିଥିବା କାରଣରୁ ଏହର ମୂଳସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ ଅଣାଯାଇ ପାରିବ ନାହିଁ । ପୁୁଣି, ଓଡ଼ିଶା ମାନୁଆଲ ଲ ଆକ୍ଟ ୧୨- ୩ କ୍ଲଜ(୧) ସମାନ ଗ୍ରାଉଣ୍ଡ ଅଫ ନୋଟିଫିକେସନ ସହିତ ଜନସାଧାରଣଙ୍କ ମତାମତ ନିଆଯିବାର ନିୟମ ରହିଛି । ଏଥି ସହିତ ସେକସନ ୩୯୨ରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ନୋଟିଫିକେସନ କରାଯିବାର ଦର୍ଶାଯାଇଥିବା ବେଳେ ଏହାକୁ ୱାଡର଼୍ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ା ପ୍ରସ୍ତୁତି ସମୟରେ ସିଧାସଳଖ ଭାବେ ଉଲ୍ଲଙ୍ଘନ କରାଯାଇଛି । ସେହିପରି ୱାଡର଼୍ ପୁର୍ନଗଠନ ସମୟରେ ଯେଉଁ ୱାଡର଼୍କୁ କାଟଛାଟ କରାଯାଏ ସେହି ୱାଡର଼୍ର ସଂରକ୍ଷଣ ପୂର୍ବର ସ୍ଥିତାବସ୍ଥାକୁ କାଏମ ରଖାଯାଏ । ୱାଡର଼୍ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ା ପ୍ରସ୍ତୁତି ବ୍ୟବସ୍ଥା ବାରିପଦା ପୌରପରିଷଦରେ ୧୯୯୭, ୨୦୦୩, ୨୦୦୮, ୨୦୧୩ ଓ ୨୦୧୮ ଅର୍ଥାତ୍ ପ୍ରତ୍ୟେକ ପୌର ନିର୍ବାଚନ ପୂର୍ବରୁ ଲାଗୁ କରାଯାଇ ଆସୁଛି, ଯାହା ଆଇନ ପରିସରଭୂକ୍ତ ନୁହେଁ ବୋଲି ଅଭିଯୋଗ ହେଉଅଛି । ୫ନଂ ୱାଡର଼୍ରେ ପ୍ରାୟତଃ ଧନୀକ ଶ୍ରେଣୀର ବ୍ୟକ୍ତିମାନେ ବସବାସ କରୁଥିବାରୁ ଏକି ୫ନଂ ୱାଡର଼୍ରୁ ଲାଲବଜାରର ଆଂଶିକ ବାଦ ଦେଇ ୪ ନଂ ୱାଡର଼୍ରେ ସାମିଲ କରାଯାଉଥିବାରୁ ସେମାନଙ୍କର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବ୍ୟାଙ୍କ, ପାସପୋର୍ଟ, ଆଧାର, ଫଟୋ ପରିଚୟପତ୍ର, ରେସନକାଡର଼୍ ଓ ଭିସା ଆଦିକୁ ନେଇ ଅସୁବିଧା ମଧ୍ୟକୁ ଟାଣି ହୋଇଯାଇଛନ୍ତି । ସେମାନଙ୍କ ପରିବାରର ସଦସ୍ୟ ଓ ପିଲାମାନଙ୍କର ଉଚ୍ଚ ଶିକ୍ଷା ନିମନ୍ତେ ବିଦେଶ ଗସ୍ତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି । କେବଳ ୫ନଂ ୱାଡର଼୍ ନୁହେଁ ପୌରପରିଷଦର ପ୍ରାୟତଃ ଅଧିକାଂଶ ୱାର୍ଡର ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ା ପ୍ରସ୍ତୁତକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀଙ୍କ ପାଖ କାଉନସିଲର ଭାବେ ଜଣାଶୁଣା କିଛି କାଉନସିଲଙ୍କ ୱାର୍ଡରେ ସଂରକ୍ଷଣ ବ୍ୟବସ୍ଥା କେଉଁ ଆଇନ ବଳରେ ତାର ପୂର୍ବ ସ୍ଥାତାବସ୍ଥା କାଏମ ରହିପାରିଲା, ତାହାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି । ପୁଣି, ୨୦୦୧ ଜନଗଣନା ଆଧାରରେ ୱାଡର ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ା ପ୍ରସ୍ତୁତ ହୋଇଥିବା ଦର୍ଶାଯାଇଛି । ୨୦୧୧ରେ ସହରର ଜନସଂଖ୍ୟା ୧ଲକ୍ଷ୯ହଜାର୭୪୩ ରହିଥିଲା । ଏହି ଜନସଂଖ୍ୟାରେ ସହରର ୩୨ଟି ୱାର୍ଡକୁ ହରଣ କଲେ ପ୍ରତ୍ୟେକ ୱାର୍ଡରେ ଜନସଂଖ୍ୟା ୩ହଜାର୪୨୯ ମଧ୍ୟରେ ଏବଂ ଆବଶ୍ୟକ ସ୍ଥଳେ ୧୦ ପ୍ରତିଶତ କମ ବେଶୀ ରହିବା ନିୟମକୁ ମଧ୍ୟ ପାଳନ କରାଯାଇ ନାହିଁ । ୧୪ନଂ ୱାର୍ଡରେ ୩୮୫୮, ୧୨ନଂରେ ୩୯୬୪, ୨୦ନଂରେ ୩୮୨୦ ଜନସଂଖ୍ୟା ରହିଥିବା ବେଳେ ୪ନଂରେ ୨୯୯୦, ୨୧ନଂରେ ୨୯୫୭, ୩୧ନଂରେ ୨୯୮୯ ଜନସଂଖ୍ୟାକୁ ନେଇ ୱାର୍ଡର଼୍ ଗଠନ କରାଯାଇଛି । ପୌରପରିଷଦରେ ୧୨ଟି ୱାଡର଼୍ ସାଧାରଣ ବର୍ଗ, ୧୧ଟି ସାଧାରଣ ବର୍ଗ ମହିଳା, ୨ଟି ଲେଖାଏଁ ଅନୁସୂଚିତ ଜାତି ଓ ଜନଜାତି ବର୍ଗ, ୨ଟି ଅନୁସୂଚିତ ଜାତି ଓ ୩ଟି ଅନୁସୂଚିତ ଜନଜାତି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି । ସହରରେ ଅନୁସୂଚିତ ଜନଜାତି ଓ ଜାତିର ଜନସଂଖ୍ୟାକୁ ଭିତ୍ତି କରି ଏହି ଖସଡ଼ା ପ୍ରସ୍ତୁତ କରାଯାଇଥିବାର ଦର୍ଶାଯାଇଥିବା ବେଳେ ୪ନଂ ୱାର୍ଡରେ ସାଧାରଣ ବର୍ଗର ମହିଳା ସଂଖ୍ୟା ୧୬୧୫ ରହିଥିବା ବେଳେ ପୁରୁଷ ସଂଖ୍ୟା ୧୩୫୭ । ଏହି ୱାଡର଼୍ ୨୦୧୩ରେ ସାଧାରଣ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଥିବା ବେଳେ ୨୦୧୮ରେ ମହିଳା ସଂଖ୍ୟା ଅଧିକ ରହିଥିଲେ ମଧ୍ୟ ଏହା ସାଧାରଣ ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି । ଏହି ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ା ପ୍ରସ୍ତୁତି ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ପୌରପରିଷଦ ନିର୍ବାହୀ ଯନ୍ତ୍ରୀ ଆଇନ କାନୁନ ସହିତ ନିଜ କ୍ଷମତା ବାହାରକୁ ଯାଇ କାର୍ଯ୍ୟ କରିଥିବାର ଅଭିଯୋଗ ହେଉଛି । ତେଣୁ ଏହା ଉପରେ ୟୁ ଆଣ୍ଡ ଡ଼ି ବିଭାଗିୟ ନିଦେ୍ର୍ଧଶକ ଶେଷ ମୋହର ଲଗାଇବା ପୂର୍ବରୁ ପୌରବାସୀଙ୍କ ଜନମତକୁ ଲୋଡ଼ିବାକୁ ଦାବି କରାଯାଇଛି । ନଚେତ ୱାଡର଼୍ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ା ପ୍ରସ୍ତୁତିକୁ ନେଇ ସହରରେ ଦେଖାଦେଇଥିବା ଅସନ୍ତୋଷ ଆସନ୍ତା ପୌର ନିର୍ବାଚନ ସହିତ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି ।
