ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ସମାରୋହ

ଯାଜପୁର (ଜୟଶଙ୍କର ଦାଶ) : ନିଜ ଭାଷା ଓ ସାହିତ୍ୟର ଉନ୍ନତି ଓ ସଂସ୍କୃତିର ଟେକ ରଖିବା ସମସ୍ତ ଓଡ଼ିଆଙ୍କର ପ୍ରାଥମିକତା ହେଉବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଯାଜପୁର ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ରୌପ୍ୟ ଜୟନ୍ତୀ ସମାରୋହ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ରବିବାର ପୁର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଯୋଗଦେଇ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ବରପୁତ୍ରମାନଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ସବୁକ୍ଷେତ୍ରରେ ଓଡିଆ ଭାଷାକୁ ଗୁରୁତ୍ୱ ଦେବାପାଇଁ ସରକାର ଆଇନ ପ୍ରଣୟନ କରିଥିବା, ପ୍ରତ୍ୟେକ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠା ମାନଙ୍କରେ ଓଡିଆ ଭାଷାରେ ଫଳକ ଉଲ୍ଲେଖ କରିବା, ନିଜ ଘରେ ଡାଡି, ମମି ଡାକିବା ପରିବର୍ତ୍ତେ ବାପା, ବୋଉ ଉଚାରଣ କରିବା ନିମନ୍ତେ ପରାମର୍ଶ ଦେଇ ଥିଲେ । କୋରାପୁଟ ଜିଲ୍ଲାର କୋଟିଆ ଗାଁକୁ ଆନ୍ଧ୍ର ସରକାର ଦଖଲ କରିବା ଉଦ୍ୟମକୁ ରାଜ୍ୟ ସରକାର ପଣ୍ଡ କରୁଥିବା ସେ ପ୍ରକାଶ କରିଥିଲେ । ଜିଲ୍ଲାପାଳ ରଂଜନ କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯାଜପୁର ଜିଲା ଦେଶ ସ୍ୱାଧୀନତା ଆଣିବା କ୍ଷେତ୍ରରେ, ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ, ଭାଷା ଆନ୍ଦୋଳନ କ୍ଷେତ୍ରରେ ସ୍ୱତନ୍ତ୍ରତା ବଜାୟ ରଖିଥିବା ବେଳେ ସମ୍ପ୍ରତି ନବନିର୍ମାଣ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଯାଜପୁର ମଧ୍ୟ ବିକାଶ କ୍ଷେତ୍ରରେ ଅନ୍ୟ ଜିଲ୍ଲାଠାରୁ ଅଗ୍ରଣୀ ହୋଇ ପାରିଛି । ଶିଳ୍ପ ସମୃଦ୍ଧ ଯାଜପୁର ସହରରେ ମଧ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିବା ପାଇଁ କୁସୁମା ସରୋବର ଲୋଗୋ ପାର୍କ ଯାଜପୁର ସମ୍ପର୍କିତ ସଂଗୀତ, ସାଂସ୍କୃତିକ ମହାକୁମ୍ଭ ଆମ ସମସ୍ତଙ୍କ ମଧ୍ୟରେ ସ୍ୱତନ୍ତ୍ରତା ପ୍ରତିପାଦନ କରିପାରିଛି । ଏହି ଜିଲ୍ଲା ୨୫ବର୍ଷର ଯୁବକ ଭଳି । ତେଣୁ ଉଦ୍ଧାମତା ଓ କର୍ମପ୍ରବଣତା ଅଧିକ । ତେବେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦୃଷ୍ଟି ଭଙ୍ଗି ଓ କର୍ମ ଚଂଚଳତା ଉପରେ ଆଲୋକପାତ କରି ତାଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ମୁଖ୍ୟ ଚିକିତ୍ସାକୁ ଏକ ମେଡିକାଲ କଲେଜରେ ପରିଣତ କରିବା, ପର୍ଯ୍ୟଟନ ମାନଚିତ୍ରରେ ଯାଜପୁରକୁ ସ୍ଥାନିତ କରିବା ପାଇଁ ବରାହ ମନ୍ଦିର ନିକଟରେ ମ୍ୟୁଜିୟମ୍, ପର୍ଯ୍ୟଟନ ଭାବ ବିନିମୟ କେନ୍ଦ୍ର ଓ କୁସୁମା ହଦ୍ର ଭଳି ଆକର୍ଷଣୀୟ ପୁଷ୍କରଣୀ, ବିରଜା ପାନ୍ଥଶାଳା ଅଧିକ ସଂଖ୍ୟକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିପାରିବ । ମରିସସର ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥ ଯାଜପୁର ଜିଲା ଧର୍ମଶାଳା ଅଂଚଳର ବଂଶୋଭବ । ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ରରେ ମରିସସର ଚାହିଦା ରହିଛି । ତେଣୁ ଯାଜପୁର ସହ ମରିସସ୍ ଦେଶର ପର୍ଯ୍ୟଟନକୁ ସଂଯୁକ୍ତ କରିବା ପାଇଁ ଉଦ୍ୟମ କରାଯାଉଥିବା ଜିଲାପାଳ ଶ୍ରୀ ଦାସ ପ୍ରକାଶ କରିଥିଲେ । । ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଏଥିରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍.ପି ଚରଣ ସିଂ ମୀନା, ପ୍ରକଳ୍ପ ନିଦେ୍ର୍ଧଶକ ବ୍ରଜଗୋପାଳ ଆଚାର୍ଯ୍ୟ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ପୈାରାଧ୍ୟକ୍ଷ ଭବପ୍ରସାଦ ଦାସ, ବ୍ୟାସନଗର ପୈାରାଧ୍ୟକ୍ଷା ସବିତା ରାଉତ ପ୍ରମୁଖ ଯୋଗଦେଇ ଜିଲା ଗଠନର ୨୫ବର୍ଷର ଉପଲବ୍ଧି ବେଶ୍ ଉତ୍ସାହ ଜନକ ଓ ଏହାର ସମୃଦ୍ଧି ପାଇଁ ପ୍ରତ୍ୟେକ ଅଙ୍ଗିକାରବଦ୍ଧ ହେବାକୁ ଆହ୍ୱାନ କରିଥିଲେ । ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରାକ୍ତନ ମନ୍ତ୍ରୀ ୰ ଜଗନ୍ନାଥ ମଲିକ କୃଷକ ସମ୍ମାନରେ ବିଞ୍ଝାରପୁର ବ୍ଲକ ଅଧନସ୍ଥ ବନମାଳୀପୁର ଗ୍ରାମର ଅଗ୍ରଣୀ କୃଷକ ଶ୍ରୀଚରଣ ଲେଙ୍କାଙ୍କୁ ୧୮ହଜାର ଟଙ୍କାର ବ୍ୟାଙ୍କ ଚେକ୍ ସହ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା । ଦାନଗଦୀ ବ୍ଲକ ଅଧିନସ୍ଥ ଟମକାର ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ଦେବାମ୍ବୃତ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ହୁଳହୁଳି, ମୁରୁଜ, ଓଡ଼ିଆ ବକ୍ତୃତା, ଚିତ୍ରାଙ୍କନ ଓ ଦେଶାତ୍ମକ ବୋଧକ ସଂଗୀତ ପ୍ରତିଯୋଗୀତାର ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଅତିଥି ମାନେ ଯାଜପୁରର ପ୍ରଥମ ବିଧାୟକ ସାଧୁଚରଣ ଦାସଙ୍କ ଫଟୋଚିତ୍ରକୁ ଉନ୍ମୋଚିତ କରିଥିଲେ । ଅତିରିକ୍ତ ସରକାରୀ ଓକିଲ ପ୍ରଫୁଲ୍ଲ ସାମଲ ସ୍ୱର୍ଗତ ଦାସଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରତ୍ୟୁଷରୁ ସୂଚନା ବିଭାଗ ପକ୍ଷରୁ ସହର ମଧ୍ୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ଜିଲ୍ଲାସ୍କୁଲର ଛାତ୍ରୀ ମାନେ ବନ୍ଦେ ଉତ୍କଳ ସଂଗୀତ ଗାନ କରିଥିଲେ । ପରେ ବିଭନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରମାନଙ୍କ ଦ୍ୱାରା ପ୍ରଭାତଫେରୀ, ବିଭିନ୍ନ ବରପୂତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ, ଯାଜପୁର ମୁଖ୍ୟ ଚିକିତ୍ସାଳୟ ର ରୋଗୀମାନଙ୍କୁ ଫଳ ବଂଟନ, ଯାଜପୁର ସବ୍ ଜେଲ୍ର ଅନ୍ତେଃବାସୀମାନଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା ।

ଯାଜପୁର ତହସିଲର ୫କୋଟି ୯୧ଲକ୍ଷ ଟଙ୍କାର ରାଜସ୍ୱ ସଂଗ୍ରହ
ଯାଜପୁର ତହସିଲ ପକ୍ଷରୁ ୨୦୧୭-୧୮ ବର୍ଷରେ ରାଜସ୍ୱ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି । ତହସିଲ ପାଇଁ ୪କୋଟି ୯ଲକ୍ଷ ଟଙ୍କାର ରାଜସ୍ୱ ଆଦାୟର ଲକ୍ଷ୍ୟଧର୍ଯ୍ୟ ଥିବା ବେଳେ ୫କୋଟି ୯୧ଲକ୍ଷ ଟଙ୍କା ଆଦାୟ କରାଯାଇଛି । ଓ.ଏଲ.ଆର (୮କ) ଧାରାରେ ଜମିକିସମ ପରିବର୍ତନ କ୍ଷେତ୍ରରେ ଧାର୍ଯ୍ୟଲକ୍ଷ୍ୟ ୪୫ଲକ୍ଷ ମଧ୍ୟରୁ ୫୧ଲକ୍ଷ ଟଙ୍କା ଆଦାୟ କରାଯାଇଛି । ଏହି ରାଜସ୍ୱ ଆଦାୟ ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ଉପଯୁକ୍ତ ପରାମର୍ଶ ଓ ବିଭିନ୍ନ ସମୟରେ ସମୀକ୍ଷା ଏହାକୁ ସଫଳ କରିଛି ବୋଲି ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର ସୂଚନା ଦେବା ସହ ସମସ୍ତ ସହଯୋଗି ଅଧିକାରୀ ଓ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଗ୍ରାମ୍ୟ ଆବାସ ଯୋଜନାରେ ଯାଜପୁର ଜିଲ୍ଲାକୁ ବିପୁଳ ସଫଳତା ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ଆବାସ ଯୋଜନାରେ ମାର୍ଚ୍ଚ ମାସରେ ୫୫୨୬ଗୋଟି ଗୃହ ନିର୍ମାଣର ଲକ୍ଷ୍ୟ ସରକାର ଯାଜପୁର ଜିଲ୍ଲାପାଇଁ ଧାର୍ଯ୍ୟ କରିଥିଲେ । ଜିଲ୍ଲାପାଳ ରଂଜନ କୁମାର ଦାସ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟଙ୍କ ଘନ ଘନ ସମୀକ୍ଷା ଓ ଗୃହ ନର୍ମାଣ ପାଇଁ କାର୍ଯ୍ୟ ତ୍ୱରା ନିର୍ଦ୍ଦେଶ ବଳରେ ଏହି ସଂଖ୍ୟା ୬୮୭୦ ଅର୍ଥାତ ଶତକଡା ୧୨୪ ଭାଗରେ ପହଂଚିଛି । ମାର୍ଚ୍ଚ ମାସ ଶେଷସୁଧା ପୁର୍ଣ୍ଣାଙ୍ଗ ହୋଇଥିବା ଏହି ଘର ଗୁଡିକ ପାଇଁ ଜିଲ୍ଲାପାଳ ଓ ପ୍ରକଳ୍ପ ନିଦେ୍ର୍ଧଶକ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅପର୍ଣ କରିଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଯାଜପୁର ଜିଲ୍ଲାକୁ ୮୯୪୫ଟି ଗୃହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଧାର୍ଯ୍ୟ କରାଯାଇଛି । ଯୋଗ୍ୟ ହିତାଧିକାରୀ ଚୟନ କରି ସମସ୍ତ କାର୍ଯ୍ୟଦେଶ ଚଳିତ ମାସ ୩୦ତାରିଖ ସୁଧା ବଂଟନ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଅସପୂର୍ଣ୍ଣ ଥିବା ଗୃହ ଗୁଡିକୁ ଅକ୍ଟୋବର ୨୦୧୮ ସୁଦ୍ଧା ସପୁର୍ଣ୍ଣ କରିବା ଲାଗି ମଧ୍ୟ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୨୦୨୦ ସୁଦ୍ଧା ପକ୍କାଘର ଯୋଗାଇ ଦେବାକୁ ସରକରଙ୍କର ନିଦେ୍ର୍ଧଶ ରହିଛି । ଏହି ଆବାସ ଯୋଜନାର କାର୍ଯ୍ୟକାରିତା ପାଇଁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ସୋହାନା ବେଗମ, ସମସ୍ତ ବି.ଡି.ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।