ଓଡ଼ିଆ ଜାତୀୟ ସମ୍ମିଳନୀର ସଭାପତି ହେଲେ  ବିଶିଷ୍ଟ ଶିକ୍ଷାବିତ୍  ଇଂ ପ୍ରଭାତ ରଂଜନ ମଲ୍ଲିକ 

0 1

ଭୁବନେଶ୍ୱର(ଶାସକ ପ୍ରଶାସକ)- ଓଡ଼ିଆ ଜାତୀୟ ସମ୍ମିଳନୀର ସଭାପତି ଭାବେ ମନୋନୀତ ହେଲେ  ବିଶିଷ୍ଟ ଶିକ୍ଷାବିତ୍  ପ୍ରଭାତ ରଂଜନ ମଲ୍ଲିକ  l  ଓଡ଼ିଆ ଜାତୀୟ ସମ୍ମିଳନୀର ପଂଚଦଶତମ ବୈଠକରେ  କୌସ୍ତୁଭ କଲେଜର ପ୍ରତିଷ୍ଠାତା  ବିଶିଷ୍ଟ ଶିକ୍ଷାବିତ  ପ୍ରଭାତ ରଂଜନ ମଲ୍ଲିକ  ସଭାପତି, ନିରାକାର ବେହେରା ସାଧାରଣ ସମ୍ପାଦକ, ଗୋଲକ ବିହାରୀ ସିଂ କୋଷାଧକ୍ଷ, ଶ୍ରୀକାନ୍ତ  ଦାସ କାର୍ଯ୍ୟକାରୀ ସଭାପତି, ନିରବ ଚରଣ ଖୁଣ୍ଟିଆ, ସନ୍ଦୀପ ସ୍ୱାଇଁ, ହେମନ୍ତ କୁମାର ପଣ୍ଡା, ପ୍ରଣବ ଛୋଟରାୟ ସଂଗଠନ ସମ୍ପାଦକ, ଶରତ ଚନ୍ଦ୍ର ବେହେରା ସମ୍ପାଦକ, ସଦାନନ୍ଦ ଦାସ, ପ୍ରମୁଖ  ନିର୍ବାଚିତ ହୋଇଛନ୍ତି l  ଏହି ଅବସରରେ ଟି.ନିରଞ୍ଜନ ମୂର୍ତ୍ତି, ଜେ ମିନା. ଆଚାର୍ଯ୍ୟ, ଶ୍ରୀବେନ୍ଦ୍ର  ବଳିୟାର ସିଂ, ଅମ୍ବିକା ସ୍ୱାଇଁ, ସୂର୍ଯ୍ୟାକାନ୍ତି ବାଗ, ରାଜଶ୍ରୀ ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ଥିଲେ l

       ଭୁବନେଶ୍ୱର ସ୍ଥିତ କୌସ୍ତୁଭ ଗ୍ରୁପ ଅଫ ଇନଷ୍ଟିଟ୍ୟୁଟ ଠାରେ ଶିକ୍ଷାବିତ୍ ମନୋଜ ଦାଶଙ୍କ ସଭାପତିତ୍ୱରେ ଏହି ବୈଠକ  ଅନୁଷ୍ଠିତ ହୋଇଥିଲା l 

  ଓଡ଼ିଆ ଜାତୀୟ ସମ୍ମିଳନୀକୁ ଏକ ଜାତୀୟ ସ୍ତରର ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ କେବଳ ଜଣେ ନୁହେଁ ଏକ ବଳିଷ୍ଠ ଟିମ୍ ମାଧ୍ୟମରେ ଏହା ସଂଭବ ହୋଇ ପାରିବ ବୋଲି  ନବ ମନୋନୀତ ସଭାପତି ଶିକ୍ଷାବିତ ଇଂ ପ୍ରଭାତ ରଂଜନ ମଲ୍ଲିକ  ପ୍ରକାଶ କରିଛନ୍ତି lକରିଛନ୍ତି l

 

Leave A Reply

Your email address will not be published.