ଅଜଣା ଗାଡ଼ି ଧକ୍କାରେ ହରିଣ ମୃତ

0 1

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଗାଡ଼ି ଧକ୍କାରେ ହରିଣର ଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାତି କେଲା ଜଙ୍ଗଲ ମେଟାକାନି ମନ୍ଦିର  ନିକଟରେ ଅଜଣା ଭାରୀଯାନ ଧକ୍କା ରେ ଘଟଣାସ୍ଥଳେ ହରିଣ ମୃତ । ଝାରସୁଗୁଡ଼ାରେ ହରିଣ ଉଭାନ ଥିବା ବେଳେ ପୁଣି ଚର୍ଚାକୁ ଆସିଛି କାତି କେଳା ଜଙ୍ଗଳରୁ ବାହାରିଥିବା ହରିଣ । ଜଙ୍ଗଲରୁ ବାହାରି ରାସ୍ତା ପାରି ହେଉଥିବା ସମୟରେ ଏକ ଅଜଣା ଭାରି ଗାଡି ଧକ୍କାରେ ହରିଣଟି ମୃତ୍ୟୁ ଘଟିଛି l  ଏହି ଖବର ଟି ବନ ବିଭାଗ ପାଟ୍ରୋଲିଙ୍ଗ ସମୟରେ ଦେଖିବାକୁ ପାଇଥିଲେ l  ବନ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ହରିଣଟିକୁ ଉଦ୍ଧାର କରି ଜିଲ୍ଲା ପ୍ରାଣି ଚିକିସ୍ରାଳୟକୁ ନେଇ ଶବ ବ୍ୟବଚ୍ଛେଦ କରାଇ ମୃତ ହରିଣଟିର ଶବ ସତ୍କାର  କରିଛନ୍ତି। ଏହି ଘଟଣାର ଅଧିକ ତଦନ୍ତ କରୁଛି ବନ ବିଭାଗ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଉନ୍ମୋଚିତ ହେବା ସହିତ ଦୋଷି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବନବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.