ମନ୍ତ୍ରୀଙ୍କୁ ଘେରିଲେ ଚାଷୀ, ଗଲେ ଅକଳରେ ଫସି

0

ବଲାଙ୍ଗୀର(ନିରୋଜ ମିଶ୍ର) ଆଜି ଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଧାନକିଣା ଜନିତ ସମସ୍ତ ସମସ୍ୟା ନେଇ ସ୍ଥାନୀୟ ଡି.ଆର.ଡି.ଏ. ହଲରେ ବୈଠକ ଚାଲିଥିବା ସମୟରେ ଭିତରକୁ ଧସେଇ ପଶି ଘେରିଲେ ଶତାଧିକ ଚାଷୀ । ଗତ କିଛି ଦିନ ଆଗରୁ ଚାଷୀ ସରକାର ଦେଇଥିବା ଟୋକନ ଵ୍ୟଵସ୍ଥାର ଅବଧି ଶେଷ ହୋଇଯାଇଥିବା ତଥା ମଣ୍ଡିରେ ଧାନ ଅବ୍ୟବସ୍ତିତ ଭାବରେ ପଡି ରହିଛି ହଜାର ହଜାର ବସ୍ତା।  ଉକ୍ତ ଧାନ ଖରା , ବର୍ଷା ଓ କାକର ଖାଇ କ୍ଷତି ମଧ୍ୟ ହେଉଥିବା ଅଭିଯୋଗ ହୋଇଛି ଓ ଏନେଇ ସରକାର କୈଣସି ବ୍ୟବସ୍ଥା ତଥା ଉପଚାର କରିବା ନିମନ୍ତେ ବଲାଙ୍ଗୀର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟଳୟ ଘେରିବା ସହିତ ଧାରଣା ମଧ୍ୟ ଦେଇଥିଲେ। ଏବଂ ଆଜି ସମାନ ଭାବରେ ଜିଲ୍ଲା କୃଷକ ନେତା ସୁଧୀର ପରିଛାଙ୍କ ଅଧ୍ୟକ୍ଷତାରେ ଶତାଧିକ ଚାଷୀ ମନ୍ତ୍ରୀଙ୍କୁ ଘେରିଥିଲେ ।

Leave A Reply

Your email address will not be published.