ଦିନିକିଆ ଗସ୍ତରେ ଡିଜି  ଅଭୟ : ମାଓବାଦୀ ସହ ନିଶା କାରବାର ଓ ସାଇବର କ୍ରାଇମକୁ ପ୍ରାଧାନ୍ୟ।

0

http://www.youtube.com/watch?v=U6832TNmQOo 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ଆଜି ଦିନିକିଆ ଗସ୍ତରେ ପୋଲିସ ମହା ନିର୍ଦେଶକ ଅଭୟ।ଆଜି ସକାଳୁ ବସନ୍ତ ପୁର ଗସ୍ତ କରି ପୋଲିସ ଟ୍ରେନିଂ ସେଣ୍ଟର ଅନୁଧ୍ୟାନ କରିଥିଲେ DG।ତାପରେ DIG କର୍ଯ୍ୟାଳୟ ରେ 10 ଟା ବେଳକୁ ପହଂଚି ଉତ୍ତରାଞ୍ଚଳ ଅଧୀନରେ ଥିବା ପାଞ୍ଚଟି ଏସ ପି ଙ୍କ ସହ ଆଲୋଚନା କରାଯିବ ବୋଲି ସୂଚନା ଦିଆଯାଇଛି।

ଆଜି 6 ଟା ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ବିଭାଗ ତରଫରୁ ସୂଚନା।ନୂତନ ଟେକ୍ନୋଲୋଜି ସହ ସାଇବର କ୍ରାଇମ,ନିଶା କାରବାର,ମାଓବାଦୀ କାର୍ଯ୍ୟକଳାପ, ଇତ୍ୟାଦି ଉପରେ ବୈଠକରେ ଆଲୋଚନା ହେବ।ମୂଖ୍ୟତଃ ଏହି ବୈଠକରେ ମାଓ ଗତିବିଧି ସକ୍ରିୟ ଥିବା ଜିଲ୍ଲା ଗୁଡିକରେ ପୋଲିସ ପ୍ରଶାସନ ତରଫରୁ କେମିତି ପଦକ୍ଷେପ ଗ୍ରହଣ କରାଯିବ ଓ ମାଓ ଗତିବିଧି ରୋକିବା ପାଇଁ ରଣନୀତି କୁ କିପରି ତୁରାନ୍ବିତ କରାଯାଇପାରିବ ଏହା ସହ ଟେକ୍ନୋଲୋଜି ଜରିଆରେ ଅପରାଧ ରୋକିବା ଓ ଅପରାଧୀଙ୍କୁ କିପରି ଗିରଫ କରାଯାଇପାରିବ ସେ ନେଇ ଆଲୋଚନା ହେବ।ଏହା ସହ ଅପରାଧୀ ମାନଙ୍କ ପ୍ରତି କିଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ସେ ନେଇ ଏହି ବୈଠକରେ ଆଲୋଚନା ହେବ।ଏହି ବୈଠକରେ ସମ୍ବଲପୁର ସହ ବଲାଙ୍ଗୀର,ସୁବର୍ଣପୁର,ଝାରସୁଗୁଡା, ବରଗଡ଼ ର ଏସ ପି ମାନଙ୍କ ସହ ଉଚ୍ଚ ପଦାଧିକାରୀ ମାନେ ଯୋଗଦାନ କରିଛନ୍ତି।

Leave A Reply

Your email address will not be published.