ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୪ ହଜାର ୩୭୩ କୋଟି ଟଙ୍କାର ଅନୁଦାନ

 ରାଜ୍ୟରେ ରେଳ ଭିତିଭୂମି ସୁଦୃଢ ହେବ ଓ ଯାତ୍ରୀ ସୁବିଧା ବଢିବ

 ସମ୍ବଲପୁର-ଗୋପାଳପୁର ନୂଆ ରେଳ ଲାଇନ ପାଇଁ ୨୯୫୭ କୋଟି ଅନୁଦାନ

 ଜନଜାତି ଅଂଚଳରେ ରେଳ ସଂଯୋଗ ସ୍ଥାପନ କରିବା ସହ ଅର୍ଥନୀତିକୁ ସମୃଦ୍ଧ କରିବ

 ଓଡିଶା ତଥା ପୂର୍ବ ଭାରତର ବିକାଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତା

ନୂଆଦିଲ୍ଲୀ/ଭୁବନେଶ୍ୱର :ଓଡିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ଚଳିତ  ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୪ ହଜାର ୩୭୩ କୋଟି ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅର୍ଥ ରାଜ୍ୟରେ ରେଳ ଭିତିଭୂମି ଓ ରେଳ ସଂଯୋଗ ସ୍ଥାପନକୁ ସୁଦୃଢ କରିବା ସହ ଯାତ୍ରୀଙ୍କ ସୁବିଧା ବଢାଇବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ୨୪୧ କିମି ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ୨୯୫୭ କୋଟି ଅନୁଦାନ କେବଳ ଜନଜାତି ଅଂଚଳରେ ରେଳ ସଂଯୋଗ ସ୍ଥାପନ କରିବ ନାହିଁ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିବ । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପ ପାଇଁ ୫୨୦ କୋଟି ଟଙ୍କା ଅନୁଦାନ ଦେଇ ଓଡିଶା ତଥା ପୂର୍ବ ଭାରତର ବିକାଶକୁ ଅଧିକ ଧ୍ୟାନ ଦେଉଛନ୍ତିା  ମିଶନ ପୂର୍ବଦୋୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ବେଳେ ଦେଶର ବିକାଶ ପୂର୍ବ ଭାରତର ନେତୃତ୍ୱ ଦ୍ୱାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଛି । 

 

Leave A Reply

Your email address will not be published.