ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ: କଂସଙ୍କ ସ୍ବପ୍ନ ଦର୍ଶନ

0

ପଦ୍ମପୁର,(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ  ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ବୁଧବାର ଦିନ ଷଷ୍ଠ  ରଜନୀ ଅନୁଷ୍ଠିତ ହୋଇଥିଲା। ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ରେ ଗୋପପୁର କେର୍ମେଲାବାହାଲ ଠାରେ କୃଷ୍ଣ ଙ୍କ ଦ୍ଵାରା ନାବକେଳି ଦୃଶ୍ଯ ଅବନତି ହୋଇଥିଲା। ପରେ ସମସ୍ତ ଗୋପୀ ମାନଙ୍କ ଦ୍ଵାରା ଦହି ବିକ୍ରି ହୋଇଥିଲା । ସଂଧ୍ୟାରେ ସମୟରେ ମହାରାଜ କଂସାସୁର ରାଜ ଦରବାରରେ ଧନୁଯାତ୍ରା ର ଆୟୋଜନ କରିଥିଲେ । ଏହି ଧନୁଯାତ୍ରା ମହୋତ୍ସବରେ ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିବିକ୍ରମ ପାଣିଗ୍ରାହୀ, ପାରାୟଣ ଗାୟକ ଗୋବର୍ଦ୍ଧନ ମିଶ୍ର, ରଜନୀ ସାହୁ ପ୍ରମୁଖ ରାଜ ଅତିଥି ଭାବରେ ଯୋଗଦେଇ ଥିଲେ । ଉତ୍ସବରେ ସଫଳ ଚାଷୀ ଜିଲେଶ୍ବର ସାହୁ ଓ ନୃତ୍ୟ ଶିଳ୍ପୀ ସୁପ୍ରିତ କୁମାର ବେହେରାଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପରେ ରାଜ ଦରବାରରେ କଳାଜୀବୀ ଅନୁଷ୍ଠାନର କଳାକାର ମାନେ ପାରମ୍ପରିକ ଲୋକ ନୃତ୍ଯ ପରିବେଷଣ କରିଥିଲେ ।

Leave A Reply

Your email address will not be published.