ଏସବିଆଇ ଏଟିଏମ ନା ଗୁହାଳ : ଗ୍ରାହକଙ୍କ ସୁରକ୍ଷା ଆଶଂକାରେ 

0

 ଲୋଇସିଂହା/ବଲାଙ୍ଗୀର (ନିରୋଜ ମିଶ୍ର ): ଗ୍ରାହକଙ୍କ ପାଇଁ ମରଣଯନ୍ତା ପାଲଟିଛି ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଏସ୍.ବି.ଆଇ ଏ.ଟି.ଏମ୍ । ଦୀର୍ଘ ଦିନ ହେଲା ଅବ୍ୟବସ୍ଥିତ, ଅପରିଷ୍କାର, ଅବହେଳିତ ଓ ବିପଦ ସଙ୍କୁଳ ଭାବରେ ପଡ଼ିରହିଛି  ଏହି ଏ.ଟି.ଏମ୍ । ଏହି ଏ.ଟି.ଏମ୍ ରେ ଲାଗିଥିବା ବିଦ୍ୟୁତ ନାମ ଫଳକ ଭାଗିଂଯାଇ ତଳକୁ ଖସେଇ ହୋଇଥିବାବେଳେ ଭଙ୍ଗା ଅବସ୍ଥାରେ ମଧ୍ୟ ବିଦ୍ୟୁତ ସଂଯୋଗ ରହିଛି। ଅଜାଣତରେ ମଧ୍ୟ କେହି ଏଠାରେ ହାତ ଦେଳେ ବିଦ୍ୟୁତ ଆଘାତରେ ଜୀବନ ଚାଲିଯିବାର ମଧ୍ୟ   ଆଶଂକା ରହିଛି। ଏତିକି ନୁହେଁ ଏ.ଟି.ଏମ୍ ପରିସର ମଧ୍ୟ ଅପରିଷ୍କାର ଭାବରେ ପଡ଼ିରହିଛି । ଏହି ଅବ୍ୟସ୍ଥିତ ଏ.ଟି.ଏମ୍ ଉପରେ ବ୍ୟାଙ୍କ କର୍ମଚାରୀ ଓ ଏ.ଟି.ଏମ୍ ଦାୟିତ୍ଵ ବହନ କରୁଥିବା ବ୍ୟକ୍ତିଙ୍କ ନଜର ପଡୁନାହିଁ। ଗ୍ରାହକଙ୍କ ସୁରକ୍ଷା ନେଇ ଏଥି ଆଶଙ୍କା ଦେଖା ଦେଇଥିବା ବେଲେ ଏସବିଆଇ କେବେ ଏହାର ସ୍ଥିତି ସୁଧାରଉଛି ତାହା ଦେଖିବାକୁ ବାକି  ରହିଲା।

 

Leave A Reply

Your email address will not be published.