ପଦ୍ମପୁର(ଶାସକ ପ୍ରଶାସକ): ରାଜ ବୋଡାସମ୍ବର ହାଇସ୍କୁଲ ପ୍ରତିଷ୍ଠାର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ ଜୁବୁଲି ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହାଇସ୍କୁଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଛାତ୍ର ତଥା ଶିକ୍ଷକ ଲକ୍ଷ୍ମୀ ନାରାୟଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏ ପ୍ରାରମ୍ଭିକ ସୂଚନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଭିନ୍ନ ବ୍ୟାଚର ପୁରାତନ ଛାତ୍ର ମାନେ ବୈଠକରେ ଉପସ୍ଥିତ ରହି ଉତ୍ସବକୁ ସର୍ବାଙ୍ଗ ସୁନ୍ଦର ଭାବେ ପାଳନ କରିବାକୁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଆସନ୍ତା ମାର୍ଚ୍ଚ ମାସ ୮ ତାରିଖ ଦିନ ୧୦ ଘ ସମୟରେ ହାଇସ୍କୁଲ ସମ୍ମିଳନୀ କକ୍ଷରେ ପରିବର୍ତ୍ତୀ ବୈଠକ ଅନୁଷ୍ଠିତ ହୋଇ ଉତ୍ସବ ପାଳନର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରାଯିବ। ଏହି ଉତ୍ସବରେ ଯେପରି ବହୁତ ସଂଖ୍ୟାରେ ପୁରାତନ ଛାତ୍ର ଉପସ୍ଥିତ ରହିବେ, ସେଥି ପାଇଁ ପ୍ରତି ବ୍ୟାଚର ପ୍ରତିନିଧି ମାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ପରିଶେଷରେ ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିବିକ୍ରମ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.