ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ଆସନ୍ତା କାଲି 5 ତାରିଖ ପଶ୍ଚିମ ଓଡିଶା ବନ୍ଦ 

0

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଭୁବନେଶ୍ୱରରୁ ଜଣାଇବା ସମର୍ଥନ 

 ବରଗଡ :- ଆସନ୍ତା କାଲି 5 ତାରିଖ ପଶ୍ଚିମ ଓଡିଶା ବନ୍ଦ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘ ତରଫରୁ ଦିଆ ଯାଇଥିବା ଏହି ବନ୍ଦ ଡାକରାକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ତଥା ସଂଗଠନ ତରଫରୁ ସମ୍ମର୍ଥନ ପ୍ରଦାନ କରାଯାଇଛି । ଏହିକ୍ରମରେ ଆଜି ଭୁବନେଶ୍ୱରରୁ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ତରଫରୁ ଏକ ପ୍ରେସ ବାର୍ତ୍ତା ରିଲିଜ କରାଯାଇ ଉକ୍ତ ଆନ୍ଦୋଳନ କୁ ସମ୍ମର୍ଥନ ଜଣାଇବା ସହିତ ଆସନ୍ତା କାଲି ମଞ୍ଚର  ସଦସ୍ୟ ମାନେ ଏକ ରାଲିରେ ସକାଳ 10 ଟା ରେ ମାଷ୍ଟର କ୍ୟାଣ୍ଟିନରୁ ବାହାରି ଲୋଅର ପିଏମଜି ପର୍ଯ୍ୟନ୍ତ ଯାଇ ସେଠାରେ ଧାରଣ ଦେବାର କାର୍ଯକ୍ରମ ରହିଛି ବୋଲି ମଞ୍ଚ ର ଆବାହକ ଶ୍ରୀ ଅଜିତ କୁମାର ପତି ଜଣାଇଛନ୍ତି ।

 

Leave A Reply

Your email address will not be published.