ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବି : ବରଗଡ଼ ବନ୍ଦ

0

ବରଗଡ :- ଗତ କିଛିଦିନ ହେଲା ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ  ବରଗଡ ର ସାଧାରଣ ଜନତା ଅନୋଲନ କରୁଛନ୍ତି । ଜିଲ୍ଲା ପ୍ରଶାସନ ଗତ କାଲି ଘୋଷଣା କରିଥିଲା ଯେ ଏହି ଡାକ୍ତରଖାନାରେ ଦୈନିକ 8 ଜଣ ଡାକ୍ତର କାର୍ଯ କରିବେ , କିନ୍ତୁ ଜନସାଧାରଣ ଚାହୁଁଛନ୍ତି ଯେ ଏହି ଡାକ୍ତର ଖାନାକୁ ସିଟି ହସ୍ପିଟାଲ ଭାବରେ ରାଜ୍ୟ ସରକାର ଘୋଷଣା କରନ୍ତୁ ।

ଏହି ଦାବିକୁ ନେଇ ସ୍ଥାନୀୟ ଏକତା ମଞ୍ଚ ର ଆହ୍ବାନରେ ଆଜି ସକାଳୁ ବନ୍ଦ ପାଳନ କରାଯାଇଛି।  ସହରର ସମସ୍ତ ସରକାରୀ, ବେସରକାରୀ ଅଫିସ, ସ୍କୁଲ, କଲେଜ, ଦୋକାନ, ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି ସକାଳୁ ଖୋଲିଥିବା ପରିବା ବଜାରକୁ ପାଳନକାରୀ ପିକେଟିଂ କରି ବନ୍ଦ କରିଛନ୍ତି। ଅନୁରୂପ ଭାବେ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ ହେଁ ବନ୍ଦ ପାଳନକାରୀଙ୍କଠାରୁ ଅନୁରୋଧ ପରେ ବିଚାରପତି ଏବଂ ଅନ୍ୟ ବିଭାଗୀୟ କର୍ମଚାରୀମାନେ ସ୍ଥାନୀୟ କୋର୍ଟ ସମ୍ମୁଖରୁ ଫେରି ଯାଇଥିଲେ। ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଏଡାଇବା ନିମନ୍ତେ ସହରର ପ୍ରତି ଛକରେ ପୋଲିସ ମୁତୟନ ରହି ପଇଁତରା ମାରୁଛି। ଏହି ବନ୍ଦ ରେ ସ୍ୱତଃ ପ୍ରବୃତ୍ତ ଭାବରେ ସହରର ମହିଳା ମାନେ ଶହ ଶହ ସଂଖ୍ୟା ରେ ଅଂଶ ଗ୍ରହଣ କରୁଥିବାର ଦେଖିବାକୁ ମିଳିଛି ।

ପ୍ରକାଶ ଯେ, ରାଜ୍ୟ ସରକାର ଏହି ଡାକ୍ତର ଖାନା କୁ ସିଟି ହସ୍ପିଟାଲ ଭାବରେ ଘୋଷଣା ନ କରିବା ପର୍ଯନ୍ତ ବରଗଡ଼ ରେ କ୍ରମାଗତ ଭାବରେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।

 

Leave A Reply

Your email address will not be published.