କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଲେ ଜୁନାଗଡର ଝିଅ ସାଇନା

0 2

ଜୁନାଗଡ(ଆଦିତ୍ୟ ମହାନ୍ତି) : କଳାହାଣ୍ଡି ଜିଲ୍ଲା କଣ, ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ଝିଅ ସାଇନା |  କଲାହାଣ୍ଡି  ଜିଲ୍ଲା ଜୁନାଗଡର  ସୁନୀଲ ଅଗ୍ରୱାଲ ଓ ମାତା ରିନା ଅଗ୍ରୱାଲଙ୍କ ଝିଅ ସାଇନା ଅଗ୍ରୱାଲ ଇନଷ୍ଟିଟ୍ୟୁଟ ଅଫ ଚାଟାର୍ଡ ଆକାଂଉଣ୍ଟାଣ୍ଟ ଅଫ ଇଣ୍ଡିଆ ପକ୍ଷରୁ ଫାଉଣ୍ଡେସନ କୋର୍ସରେ ନାମଲେଖା ପାଇଁ ହୋଇଥିବା  ସର୍ବ ଭାରତୀୟ  ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଟପର ହୋଇ ଜିଲ୍ଲା  ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି | ସେ ଚାରିଶହ ମାର୍କରୁ ତିନିଶହ ପଞ୍ଚଷଠି ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ନମ୍ବର ୱାନ ରଖିଛନ୍ତି |  ତାଙ୍କର ଏହି ସଫଳତା ରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଖୁସି ଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶୁଭେଚ୍ଛାର ସୁଅ ଛୁଟିଛି.| ଶାସକ ପ୍ରଶାସକ ପରିବାର ପକ୍ଷରୁ ସାଇନାଙ୍କୁ ଅଜସ୍ର ଅଭିନନ୍ଦନ ତାଙ୍କର ଏ ସଫଳତା ପାଇଁ | 

 

 

 

 

 

Leave A Reply

Your email address will not be published.