୫ ଦିନ ହେଲାଣି ସ୍କୁଲ ଫାଟକରେ ତାଲା : ପିଲାଙ୍କ ପଢାବନ୍ଦ, ହେଲେ ଶିକ୍ଷାପ୍ରଶାସନ କୁମ୍ଭକର୍ଣ୍ଣ 

0 2

ବିଧାୟକ ରୋହିତ ପୂଜାରୀଙ୍କ ଉଦାସୀନତାକୁ ଟାର୍ଗେଟ କଲେ ସ୍କୁଲ ପରିଚାଳନା କମିଟି 

ସମ୍ବଲପୁର (ରମାକାନ୍ତ ବିଶ୍ୱାଳ ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଡଇଁଚା ବାପୁଜୀ ସରକାରୀ ହାଇସ୍କୁଲରେ ଶିକ୍ଷକ  ଅଭାବ ପ୍ରତିବାଦରେ ଗତ 31ତରିଖ ଠାରୁ ତାଲା ଝୁଲୁଛି । ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଏବଂ ବିଜ୍ଞାନ  ଶିକ୍ଷକ  ପଦବୀ ପୁରଣ କରାଯିବା ଦାବୀରେ ବିଦ୍ୟାଳୟ ପରିଚାଳନା କମିଟୀ ର ସଦସ୍ୟ ଏବଂ ଅଭିଭାବକ ମାନେ ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଉଛନ୍ତି ।ଏହି ଘଟଣାକୁ ଚାରି ଦିନ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ କିମ୍ବା କୌଣସି ଜନ ପ୍ରତିନିଧି ଏଦିଗରେ କୌଣସି ପଦକ୍ଷେପ  ନେଉନଥିବାରୁ ସ୍କୁଲ ଉନ୍ନୟନ କମିଟି ଗଭୀର ଉଦବେଗ ପ୍ରକାଶ କରିଛି | 

ଏହି ସ୍କୁଲରୁ ଗତ ଡିସେମ୍ବର ମାସରେ ପ୍ରଧାନ ଶିକ୍ଷକଙ୍କୁ ରାତି ଅଧିଆ ବଦଳି କରିଦିଆଯାଇଥିବା ବେଳେ ବିଜ୍ଞାନ  ଶିକ୍ଷକ  ପଦବୀ ଦୀର୍ଘ ବର୍ଷ ହେଲା ଖାଲି ରହିଛି । ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣା ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ  ଗତ 27 ତାରିଖରେ ଗ୍ରାମବାସୀ ସ୍କୁଲ ଫାଟକରେ ତାଲା ମାରି ଧାରଣା ଦେବା ସହ ଏହାର ପ୍ରତିବାଦ କରିଥିଲେ ।ଏହାପରେ ବ୍ଲକ ଶିକ୍ଷା ଅଧିକାରୀ ସେଠାରେ ପହଞ୍ଚି ତିନି ଦିନ ଭିତରେ ଜଣେ ବିଜ୍ଞାନ  ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଗତ 31ତାରିଖରେ ଡେପୁଟେସନରେ ଜଣେ ବିଜ୍ଞାନ  ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାରୁ ବିଦ୍ୟାଳୟ ପରିଚାଳନା କମିଟି  ଏବଂ ଅଭିଭାବକ ମାନେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀମାନଙ୍କୁ ଘରକୁ ନେଇଯାଇ ସ୍କୁଲ ଫାଟକରେ ତାଲା ପକାଇ ସେହିଦିନ ଠାରୁ ଆନ୍ଦୋଳନ କରୁଛନ୍ତି । ତେବେ ଆନ୍ଦୋଳନକୁ ଚାରି ଦିନ ବିତିଯାଇଥିବା ବେଳେ ଏହି ସମସ୍ୟା ଉପୁଜିବାରେ ସ୍କୁଲ ଉନ୍ନୟନ କମିଟି ସଭାପତି ସିଧା ସଳଖ ରେଢାଖୋଲ ବିଧାୟକ ରୋହିତ ପୁଜାରୀଙ୍କ ଉଦାସୀନତାକୁ ଟାର୍ଗେଟ କରିଛନ୍ତି । ସୋମବାର ଏ ନେଇ କମିଟିର  ସଭାପତି ତଥା ସରପଞ୍ଚ ପ୍ରବୀଣ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ଶିକ୍ଷକଙ୍କୁ ରାଜନୈତିକ ଅଭିସନ୍ଧି ରଖି ରାତି ଅଧିଆ ବଦଳୀ କରାଯାଇଥିବା ଏବଂ ଏଥିରେ ରେଢାଖୋଲ ବିଧାୟକଙ୍କ ହାତଥିବା ଅଭିଯୋଗ କରିଛନ୍ତି ।

ସେହିପରି ଏହି ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ସ୍କୁଲ ଫାଟକରେ ତାଲା ଝୁଲିବ ଏବଂ ମ୍ୟାଟ୍ରିକ ପରିକ୍ଷା ସେଣ୍ଟର କରାଇ ଦେବୁ ନାହିଁ ବୋଲି ମଧ୍ୟ ଧମକ ଦେଇଛନ୍ତି ସ୍କୁଲ ପରିଚାଳନା କମିଟୀ ସଭାପତି । ହେଲେ ଏ ସମ୍ପର୍କରେ ବିଧାୟକ ଶ୍ରୀ ପୂଜାରୀଙ୍କ ମତାମତ ମିଳିପାରିନାହିଁ | 

 

 

Leave A Reply

Your email address will not be published.