ବ୍ଲକ ସମ୍ମୁଖରେ ବସି ବାଜା ବଜାଇଲେ, ନାଚିଲେ ଆଉ ହାଣ୍ଡିଆ ପିଇଲେ 

8

ମନରେଗା ଯୋଜନାରେ କାର୍ଯ୍ୟ କରି ଟଙ୍କା ନ ପାଇବାରୁ  ଅଭିନବ ଉପାୟରେ ପ୍ରତିବାଦ କଲେ ପଞ୍ଚାୟତ ବାସୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ବ୍ଲକ ପରିସର ପାଲଟିଲା ହାଣ୍ଡିଆ ଭାଟି ଏବଂ ପାରମ୍ପରିକ ନୃତ୍ୟର ଆଖଡାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ପରିସରରେ। ପ୍ରାପ୍ତ ସୂଚନାରୁ ଜଣାପଡିଛି ,  ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ହେବ  ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କୁ ସେମାନଙ୍କର ମଜୁରୀ ଟଙ୍କା ମିଳିନି। ସେଥିପାଇଁ ମିରିଗିନୋଡ଼ି ପଂଚାୟତର ଶତାଧିକ   ଜନସାଧାରଣ ଏକ ରାଲିରେ ଆସି କରଞ୍ଜିଆ ପଞ୍ଚାୟତ ସମିତି ଘେରାଉ କରିଛନ୍ତି ।  ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ ସମୟ ହେଲାଣି, ସେମାନେ ସେମାନଙ୍କର ମଜୁରୀ ଟଙ୍କା ପାଇ ନ ଥିବାରୁ ଅଭିନବ ଉପାୟରେ ପ୍ରତିବାଦ କରିବାକୁ ବାଧ୍ୟ ହୋଇଛନ୍ତି  ପଞ୍ଚାୟତ ବାସୀ । ବିଭିନ୍ନ ସମୟରେ ବ୍ଲକ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ସୁଦ୍ଧା ତାଙ୍କର ପ୍ରାପ୍ୟ ଟଙ୍କା ମିଳୁ ନ ଥିବା ଅଭିଯୋଗ ହୋଇଛି l

 ଗ୍ରାମପଞ୍ଚାୟତରେ ଏକ ବର୍ଷରୁଉର୍ଦ୍ଧ୍ବ ସମୟ ହବ ମଜୁରୀ ଟଙ୍କା  ବର୍ତ୍ତମାନ ସୁଦ୍ଧା ମିଳି ନଥିବାରୁ  ଅଭିନବ ଉପାୟରେ  ପ୍ରତିବାଦ କରିଛନ୍ତି । ମିରିଗିନୋଡ଼ି ଗ୍ରାମର ଶତାଧିକ ଗ୍ରାମବାସୀ ଏ ନେଇ ଆଜି ଅପରାହ୍ନ ୨ ଟା ସମୟରୁ ବ୍ଳକ ସମ୍ମୁଖରେ ଖଟ ପଟିଆ ପକାଇ ପ୍ରତିବାଦ କରିବା ସହିତ ଆଦିବାସୀ  ପାରମ୍ପରିକ ନାଚଗୀତ  ସହିତ ହାଣ୍ଡିଆ , ରଶି ଆଦି ବ୍ଲକ ଗେଟ ସମ୍ମୁଖରେ ପିଉଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସେହିପରି ତାଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ   ।

ସେହିପରି କରଞ୍ଜିଆ ବ୍ଲକରେ ବିଭିନ୍ନ ପ୍ରକଳ୍ପ  ଗୋଷ୍ଠି ଉନ୍ନୟନ  ଅଧିକାରୀଙ୍କ ଇଚ୍ଛା ଅନୁସାରେ ହେଉଥିବା ମଧ ଅଭିଯୋଗ କରିଛନ୍ତି  ପଞ୍ଚାୟତବାସୀ। ଏ ସମ୍ପର୍କରେ ଗୋଷ୍ଠୀ ଉନୟନ ଅଧିକାରୀ କହନ୍ତି  “ମଜୁରୀ ବାବଦ କୁ ଟଙ୍କା ପେମେଂଟ ହେଲାଣି |  ଯଦି ସେମିତି କିଛି  ଅସୁବିଧା ଥାଏ ତା ହେଲେ ଆମେ ଖୁବଶୀଘ୍ର ସମସ୍ୟାର ସମାଧାନ କରିବୁ “। ପ୍ରତିଶୃତି ପାଇବା ପରେ ଧାରଣାରୁ ହଟିଥିଲେ ବିକ୍ଷୋଭକାରୀ । ତେବେ  ଏଇ ଘଟଣା ପରେ କଣ ପଦକ୍ଷେପ ଗ୍ରହଣ କରୁଛି ସ୍ଥାନୀୟ ପ୍ରଶାସନ ତାହା ଦେଖିବା ପାଇଁ ବାକି ରହିଲା ।

Leave A Reply

Your email address will not be published.