ଏପଟେ ଦେବକୀ-ବସୁଦେବଙ୍କୁ ଦଣ୍ଡ , ସେପଟେ ଗୋପୀଙ୍କ ବସ୍ତ୍ରହରଣ କଲେ କଲାକାହ୍ନୁ

0 2

ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବର ଚତୁର୍ଥ ରଜନୀ

ପଦ୍ମପୁର,(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ  ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ସୋମବାର ଦିନ ଚତୁର୍ଥ  ରଜନୀ ଅନୁଷ୍ଠିତ ହୋଇଥିଲା। ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ରେ ଗୋପପୁର କେର୍ମେଲାବାହାଲ ଠାରେ କୃଷ୍ଣ ବଳରାମ ଗୋପପୁର ରେ ଘରେ ଘରେ ଦହି ଚୋରି କରି ଖାଇବାର ଦୃଶ୍ଯ ଅଭିନୀତ ହୋଇ ଥିଲା। ମଥୁରା ରୁ କିପରି ଗୋପପୁର କୁ ଗଲା କୃଷ୍ଣ ବଲରାମ ତାହା ଜାଣି ଦେବକୀବସୁଦେବ କୁ ଡକାଇ ରାଜ ଦରବାରରେ କଠୋର ଦଣ୍ଡରେ ଦଣ୍ଡିତ କରିଥିଲେ। ମହାରାଜ କଂସାସୁର। ଗୋପପୁର ରେ ହୋଇଥିବା କୃଷ୍ଣ ବଳରାମ ଙ୍କ ହସ୍ତେ ନିହତ ହୋଇଥିବା ଖବର ଶୁଣିବା ପରେ କଂସ ମର୍ମାହତ ହୋଇ ପଡିଛନ୍ତି। ରାଣୀ ପଦ୍ମାବତୀଙ୍କ ଧନ ମନ୍ତ୍ରୀ ଓଷା ପାଇଁ ୧୦୮ ଭାର ପଦ୍ମଫୁଲ ଭାର ଆଣିବା ପାଇଁ ଚିଠାଉ  ପ୍ରେରଣା କରିଥିଲେ। ଏହି ଅବସରରେ ବ୍ଯଙ୍ଗ କବି ମନୋରଞ୍ଜନ ସାହୁ, ବାସୁଦେବ ମେହେର, ଡାକ୍ତର ରଜତ କୁମାର ସାହୁ ରାଜ ଅତିଥି ଭାବେ ଯୋଗଦାନ କରିଥିଲେ। ପରେ ନୃତ୍ୟ ଶିଳ୍ପୀ ସାଗରୀକା ଯୋଷୀ, ଶାନ୍ତନୁ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ପରେ ରାଜ ଦରବାରରେ ମା ସମଲେଶ୍ବରୀ କରମସାନୀ କଲା ପରିଷଦ ଗାଇସିଲେଟ ଏବଂ ଥିଏଟର ଆର୍ଟିଷ୍ଟର କଳାକାରମାନେ ପାରମ୍ପରିକ ଲୋକ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.