ଦିବ୍ୟାଙ୍ଗ ଏକ ରୋଗ କିମ୍ବା ବେମାର ନୁହେଁ -ଏହା ମନୁଷ୍ୟର ଏକ ଅବସ୍ଥା ମାତ୍ର

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତିର ଏକ ମାତ୍ର ମାନସିକ ଅନଗ୍ରସର ଶିକ୍ଷା ଓ ପିଜିଓଥେରୋପି ତାଲିମ ଅନୁଷ୍ଠାନ ନିୟତି(ରାଣୀପେଣ୍ଠ) ରବିବାର ଦିନ ସ୍ଥାନୀୟ ବନଦୁର୍ଗା ମନ୍ଦିର ତୋଟା ଠାରେ ଏକ ବାର୍ଷିକ ବନବିହାର ,  ଅଭିଭାବକ ସଭା, ତାଲିମ , କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ସଙ୍ଗେ ସଙ୍ଗେ  ବନ୍ଧୁମିଳନ ମଧ୍ୟ ହୋଇଥିଲା।

ନିୟତିର ସଂସ୍ଥାପକ ତଥା ସମ୍ପାଦକଙ୍କ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟକ୍ରମରେ ହିତାକଂକ୍ଷୀ ମନେ ଦିବ୍ୟଙ୍ଗ ମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ସଙ୍ଗେ ସଙ୍ଗେ ସେନଙ୍କର ସମ୍ବିଧାନିକ ଅଧିକାର ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। “ଦିବ୍ୟଙ୍ଗ ଏକ ରୋଗ ନୁହେଁ ଏହା ଏକ ଅବସ୍ଥା ମାତ୍ର” ଏ ଥିଲା ସଚେତନାତା। ଏହି କାର୍ଯ୍ୟକ୍ରମରେ ଡକ୍ଟର କଲ୍ୟାଣୀ ମିଶ୍ର,ବଳରାମ ନାଗା, ସୌଦାମିନୀ ପାତ୍ର, ଭାରତ ଭୂଷଣ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ରଥ, ସ୍ବର୍ଣ୍ଣ ପ୍ରଭା ପାଠୀ , ସମ୍ପୁର୍ଣ୍ଣା ନନ୍ଦ ବେବର୍ତ୍ତା ,  ଯୋଗଦେଇ ଥିବାବେଳେ ସ୍ନେହଲତା ପାଣିଗ୍ରାହୀ,ଜ୍ୟୋଷ୍ଣା ଡାକୁଆ, ଶାଶ୍ୱତି ବେବର୍ତ୍ତା ପରିଚାଳନା କରିଥିଲେ।

Leave A Reply

Your email address will not be published.