ଏକ ସ୍ୱରରେ ଗର୍ଜ୍ଜିଲା ବରଗଡ଼, ପ୍ରଶାସନ ହେଲା ହଡବଡ 

0 1

ମୁଣ୍ଡ ନୂଆଇଲା ପ୍ରଶାସନ, ସଫଳ ହେଲା ଜନ ଆନ୍ଦୋଳନ 

ଅପରାହ୍ନ ପ୍ରାୟ ସାଢ଼େ ୪ଟାରୁ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପୁଣି ହେଲା କାର୍ଯ୍ୟକ୍ଷମ

ବରଗଡ :-  ଶେଷରେ ଜନ ଆନ୍ଦୋଳନ ଆଗରେ ମୁଣ୍ଡ ନୂଆଇଲା ପ୍ରଶାସନ । ଦୀର୍ଘ 4 ଦିନଧରି ଚାଲିଥିବା ବରଗଡ଼ ସହରବାସୀଙ୍କ ଜନ ଆନ୍ଦୋଳନ ସଫଳ ହୋଇଛି। ସହରବାସୀଙ୍କ ଆନ୍ଦୋଳନ ପରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରୁ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପୁନର୍ବାର ପୂର୍ବ ଭଳି କାର୍ଯ୍ୟକ୍ଷମ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଭୂତି ଭୂଷଣ ମେହେରଙ୍କ ସମେତ ଅନ୍ୟ ଡାକ୍ତର, ସ୍ବାସ୍ଥ୍ୟକର୍ମୀମାନେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ବିଧାୟକ ଦେବେଶ ଆଚାର୍ଯ୍ୟ , ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା କାର୍ଯ୍ୟକ୍ଷମ କରାଯାଇଛି। ସେଠାରେ ସମସ୍ତ ପ୍ରକାରର  ସ୍ବାସ୍ଥ୍ୟସେବା ପୂର୍ବ ଭଳି ଯୋଗାଇ ଦିଆଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମେହେର ଘୋଷଣା କରିଛନ୍ତି। ଏହା ସହିତ ଆସନ୍ତା ବର୍ଷ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଚିକିତ୍ସା ସେବା ସହିତ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରସ୍ତାବ ମଧ୍ୟ ନିଆଯାଇଥିବା ନେଇ ସୂଚନା ଦିଆଯିବା ପରେ ସହରବାସୀ ଆନ୍ଦୋଳନରୁ ଓହରିଥିଲେ ।

Leave A Reply

Your email address will not be published.