କ୍ଷୀର ସଂଗେ ପୁତନାର ପ୍ରାଣ ଶୋଷିଲେ କୃଷ୍ଣ, ପିତା ଉଗ୍ରସେନଙ୍କୁ ଦଣ୍ଡିତ କଲେ କଂସ

0 2

ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ, ସ୍ଥାନୀୟ ଲୋକ ପ୍ରତିନିଧି ରାଜ ଅତିଥି

ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ରବିବାର  ଦିନ ତୃତୀୟ ରଜନୀ ଅନୁଷ୍ଠିତ ହୋଇଥିଲା। ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ରେ ତ୍ରିପୁରା ବିଜୟୀ ମହାରାଜ କଂସାସୁର କୃଷ୍ଣ ବଳରାମ ଙ୍କ ଦ୍ଵାରା ନିହତ ହୋଇଥିବା ପୁତୁନାର ଖବର ଶୁଣିବା ମାତ୍ରେ କଂସ ମର୍ମାହତ ହୋଇ ପଡିଛନ୍ତି। ରାଜା ଉଗ୍ରେସନଙ୍କୁ କଟୁଆଲ ରୂପେ କଂସାସୁର ପଚାରୁଛନ୍ତି ମଥୁରାରୁ କିପରି ଗୋପପୁର ଗଲା ଦେବକୀର ଅଷ୍ଟମ ଗର୍ଭର ସନ୍ତାନ। ପରେ ରାଜା ଉଗ୍ରେସନଙ୍କୁ କଂସାସୁର କଠୋର ଦଣ୍ଡରେ ଦଣ୍ଡିତ କରିଥିଲେ। ଅଷ୍ଟମକୁ ମଥୁରାରୁ ଗୋପପୁର ଠାରେ ନନ୍ଦୋତ୍ସବ ଓ ପୁତୁନା ବଧ କାର୍ଯ୍ୟକ୍ରମ ଅଭିନିତ ହୋଇଥିଲା। ତୃତୀୟ ରଜନୀ ଦିବସରେ ପାଇକମାଲ ବ୍ଳକ ଅଧ୍ୟକ୍ଷ ଅଲତାପ ମହମ୍ମଦ, ପଲସଦା ସମିତି ସମ୍ପାଦକ ହେମନ୍ତ ସାହୁ,ନାରାୟଣ ପଶାୟତ, ଅଦିତ୍ଯ ପଣ୍ତା, ବିଜୟ କେତନ ପ୍ରଧାନ ରାଜ ଅତିଥି ଭାବରେ ଯୋଗ ଦେଇଥିଲେ। ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତିଙ୍କୁ ସମ୍ବଦ୍ଧିତ କରା ଯାଇଥିଲା । ବଲାଙ୍ଗୀର ରୁ ଆସିଥିବା ଢୋଲ ମୁହରୀ କଲା ପରିଷଦ ଦ୍ବାରା ସମ୍ବଲପୁରୀ ଲୋକନୃତ୍ଯ ସହ ଅନେକ ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.