ଲକ୍ଷାଧିକ ଟଙ୍କାର ୫ଶହ ସିଫଟ ଚୋରା କାଠ ଜବତ

0 2

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ, ବନ ବିଭାଗର ମୋବାଇଲ ଟିମ ମୁଖ୍ୟ ପ୍ରଶାନ୍ତ ସିଂ ଓ ବନ ବିଭାଗର ଡେପୁଟୀ ରେଞ୍ଜର ପାଲବାବୁଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଆଜି ପୂର୍ବାହ୍ନରେ ବାରିପଦା ସହର ଉପକଣ୍ଠ ଗଉଡ଼ଡିହି ଅଧିବାସୀ ଖଗେଶ୍ୱର ବେହେରାଙ୍କ ବାସ ଭବନ ଉପରେ ଚଢ଼ାଉ କରି ପିଆଶାଳ, ଶାଳ, ଶାଗୁଆନ, ଗମ୍ଭାରୀ, ନିମ୍ବ ଆଦି ବିଭିନ୍ନ ମୂଲ୍ୟବାନ ଗଛର କାଠକୁ ଜବତ କରିଛନ୍ତି । ଏଥି ସହିତ ଗଛକଟା ମେସିନ କରତ ସହ ଜଣେ ଫର୍ଣ୍ଣିଚାର ପ୍ରସ୍ତିତ କରୁଥିବା କାର୍ପେଣ୍ଟର(ବଢେ଼ଇ) ଓ ହାତ ହତିଆର ମଧ୍ୟ ଜବତ କରାଯାଇଛି । ପ୍ରକାଶ ଥାଉକି, ବିଶେଷ ସୂତ୍ରରୁ ଗଉଡ଼ଡିହିର ଖଗେଶ୍ୱର ବେହେରା ବେଆଇନ ଭାବେ ନିଜ ଘରେ ଲକ୍ଷାଧିକ ଟଙ୍କା ମୂଲ୍ୟର ମୂଲ୍ୟବାନ କାଠ ଘରେ ଗଚ୍ଛିତ ରଖି ବାହାଘର ଅର୍ଡର  ଧରି  ଫର୍ଣ୍ଣିଚର ପ୍ରସ୍ତୁତ କରି ଚୋରା କାରବାର ଓ  କାଠ ପଟା ଆଦି ଚୋରା ଚାଲାଣ କରିବା ନିମନ୍ତେ ଉଦ୍ୟମ ଚଳାଇଥିବା ସୂଚନା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶ୍ରୀଆଚାର୍ଯ୍ୟଙ୍କ ନିକଟରେ ପହଁଞ୍ଚିବା ପରେ ଏବିଷରେ ଶ୍ରୀଆଚାର୍ଯ୍ୟ  ବାରିପଦା ବନଖଣ୍ଡ ଅଧିକାରୀ ଶ୍ରମଲ୍ଲିକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଏହି ଚଢ଼ାଉ କରାଯାଇଥିଲା । ଜବତ କାଠର ମୂଲ୍ୟ ଆନୁମାନିକ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଥିବା ବେଳେ ଖଗେଶ୍ୱର ବେହେରାଙ୍କ ନାମରେ ବନ ବିଭାଗରେଏକାଧିକ ମାମଲା ରହିଥିବା ବେଳେ  ଚୋରା କାଠ କାରବାରରେ ଧରାପଡ଼ି ପୂର୍ବରୁ ଜେଲ ଯାଇଥିବାର ପ୍ରକାଶ କରିଛନ୍ତି । 

Leave A Reply

Your email address will not be published.