ଗୋଲ୍ଡେନ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଖଇରପାଲି ଠାରେ ସପ୍ତମ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଦ୍ବିତୀୟ ଦିବସ ଅନୁଷ୍ଠିତ ହୋଇଥିଲା। ଆଜିର ଖେଳରେ ଖଇରପାଲି ଓ ବରଗଡ ମଧ୍ୟରେ ପ୍ରଥମ ଲିଗ ମ୍ଯାଚ ଅନୁଷ୍ଠିତ ହୋଇଥିଲା। ଖଇରପାଲି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୦ ଓଭରରେ କେବଳ ୧୪ ରନ ସଂଗ୍ରହ କରିଥିଲେ। ତାର ଜବାବରେ ବରଗଡ ଦଳ ୩ .୫ ଓଭରରେ ୮ ୱିକେଟରେ ବିଜୟୀ ଲାଭ ହୋଇଥିଲେ। ଦ୍ବିତୀୟ ଲଗି ମ୍ଯାଚ ନୁଆପଡା ଓ କଣ୍ଟାବାଞ୍ଜି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ନୁଆପଡା ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ ର ନିଷ୍ପତ୍ତି ନେଇଥିଲେ ଓ ୧୦ ଓଭର ମଧ୍ୟରେ ୭ ୱିକେଟ ହରାଇ ୬୪ ରନ ସଂଗ୍ରହ କରିଥିଲେ । ତାର ଜବାବରେ ୮.୨ ଓଭରରେ ୬୫ ରନ ସଂଗ୍ରହ କରି ୯ ୱିକେଟ ରେ ବିଜୟୀ ଲାଭ କରିଥିଲେ। ଦ୍ବିତୀୟ କ୍ବାର୍ଟର ଫାଇନାଲ ବରଗଡ ଓ କଣ୍ଟାବାଞ୍ଜି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। କଣ୍ଟାବାଞ୍ଜି ଦଳ ଟସ ଜିତି ପ୍ରଥମେ ଫିଳ୍ଡିଙ୍ଗର ନିଷ୍ପତ୍ତି ନେଇଥିଲେ। ବରଗଡ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୮ ଓଭରରେ ୪୯ ରନ କରିଥିଲେ। ତା ଜବାବରେ କଣ୍ଟାବାଞ୍ଜି ଦଳ ୮ ଓଭରରେ ୩୬ ରନ ସଂଗ୍ରହ କରି ୧୩ ରନ ବ୍ଯବଧାନରେ ବରଗଡ ବିଜୟୀ ହୋଇଥିଲା। ଆଜିର ମୁଖ୍ଯ ଅତିଥି ଭାବରେ ବୁଡାମାଲ ପଞ୍ଚାୟତ ସରପଞ୍ଚ ଚତୁର୍ଭୁଜ ମେହେର, ସମ୍ମାନିତ ଅତିଥି ଭାବରେ ଶାନ୍ତି ଶିଳ୍ପୀ ଅର୍ଜୁନ ଗିଙ୍ଗିରା ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post