ଗଛ ସାରେ ବୁଲି ବୁଲି ଶିଖାଉଛନ୍ତି ପରିବେଶ ସୁରକ୍ଷା ଆଉ ବଳକା ଖାଦ୍ୟର ସୁବିନିଯୋଗ 

0 2

ମଧ୍ୟାନ୍ନ ଭୋଜନ ବଳକା ଖାଦ୍ୟର ସଦୁପଯୋଗ ପାଇଁ ସଚେତନତା

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ଦୃତ ଜନସଂଖ୍ୟା ବୃଦ୍ଧି ଜଙ୍ଗଲ କ୍ଷୟର ଅନ୍ୟତମ ପ୍ରମୁଖ କାରଣ ଭାବେ ଉଭା ହୋଇଥିବା ବେଳେ ଯନ୍ତ୍ରର ବହୁଳ ବ୍ୟବହାର ଯୋଗୁ ମାଟି, ଜଳ, ବାୟୁ ବହୁଳ ପରିମାଣରେ ପ୍ରଦୂଷଣ  ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସମାନୁପାତିକ ଭିତିରେ ସେପରି କୈାଣସି ବ୍ୟବସ୍ଥା ନଥିବା ପରି ମନେ ହେଉଛି । ଏହା ଜଳବାୟୁ ପରିବର୍ତନର ସଂକେତରୁ ସ୍ପଷ୍ଟ ଜଣାଯାଏ । ତେଣୁ ଜୈବ ବିବନ୍ଧନ ଓ ବିବିଧତା ଏହା ଦ୍ୱାରା ପ୍ରଭାବିତ ହେଉଛି । ଫଳରେ ଭବିଷ୍ୟତରେ ଏକ ଅସନ୍ତୁଳିତ ପ୍ରକୃତି ସମସ୍ତ ଜୀବ ଜଗତ ପାଇଁ ବିଷମୟ ପରିସ୍ଥିତି ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ । ଏପରି ଏକ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହାର ସମାଧାନ ନିମିତ ଗାଁ ଗାଁରେ ଉଦ୍ୟମ ଆରମ୍ଭ ହୋଇଛି । ଶାଗୁଣା, କାଉ, ଘରଚଟିଆ, ବାଇଚଢେଇ, ପାରା, ବଣିଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଅନ୍ୟ ପକ୍ଷରେ କୁକୁର, ମୂଷାକୁ ଛାଡି ବିଲେଇ, ବିଲୁଆ ସହିତ ଅନ୍ୟାନ୍ୟ ସରୀସୃପ ପ୍ରଜାତୀର କେତକ ଜୀବଜନ୍ତୁ ଲୋପ ପାଇବାକୁ ବିଲେଣି । ଏପରି ସ୍ଥଳେ ସେମାଙ୍କର ସୁରକ୍ଷା ପାଇଁ ନୟାଗ ଡ଼ ଜିଲ୍ଲା କଂଟିଲୋ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପରିବେଶ ପ୍ରେମୀ ଅନ୍ତର୍ଯ୍ୟାମୀ ସାହୁ(ଗଛ ସାରେ) ୧୩ ବର୍ଷ  ହେଲା ନିରବଛିନ୍ନ  ଉଦ୍ୟମ ଜାରି ରଖିଛନ୍ତି । ସେ ଜୀବେଦୟା, ଜୈବ ବିବିଧତା ସୁରକ୍ଷା ସମ୍ପର୍କରେ ବିଭିନ୍ନ୍ ବିଦ୍ୟାଳୟକୁ ଯାଇ ଛାତ୍ର/ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଚେତନ କରୁଛନ୍ତି । ବିଦ୍ୟାଳୟର ମଧ୍ୟାନ୍ନ ଭୋଜନରୁ ବଳକା ଖାଦ୍ୟ ଏବଂ ପାଣି ସରା କିମ୍ବା ସଢେଇରେ ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ରଖିବା ସହିତ କେତୋଟି ସିମେଂଟ ପିଣ୍ଡି ତିଆରି କରି ସେହି ପିଣ୍ଡିମାନଙ୍କରେ ବଳକା ଖାଦ୍ୟ ରଖିବାକୁ ପରାମର୍ଶ ଦେଉଛନ୍ତି । ଯଦ୍ୱାରା ଏହି ଖାଦ୍ୟକୁ କାଉ, କୁକୁର, ଗାଈ ଗୋରୁ ଇତ୍ୟାଦି ପକ୍ଷୀ ଓ ପ୍ରାଣୀମାନେ ଖାଇ ଉପକୃତ ହେବେ । ଆମେଖାଇ ଅନ୍ୟକୁ ବଂଚାଇବା ଏବଂ ବଳକା ଦ୍ରବ୍ୟର ସୁ ବିନିଯୋଗ ଯୋଗୁ ପରିବେଷକୁ ପ୍ରଦ୍ୟୁଷଣ ମୁକ୍ତ କରାଯାଇ ପାରିବ । ଏହା କେବଳ ବିଦ୍ୟାଳରେ ନୁହେଁ, ପ୍ରତ୍ୟେକ ଗାଁ ଘରମାନଙ୍କରେ ମଧ୍ୟ ଏପରି ବ୍ୟବସ୍ଥା କଲେ ଅନେକାଂଶରେ ପ୍ରକୃତିକୁ ନିୟନ୍ତ୍ରଣ କରାଯାଇପାରିବ । 

 

 

Leave A Reply

Your email address will not be published.