ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୦

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିଷରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ବୃଷକେତୁ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅନୁପମ ସାହା ଯୋଗ ଦେଇ ଜିଲ୍ଲାର ଶିକ୍ଷାର ଉନ୍ନତି ପାଇଁ”ଟିଚ୍ ଗଜପତି” ଓ ସୁପର– ୩୦ର ଉଦାହରଣ ହୋଇଥିଲେ। ଉପସ୍ଥିତ ୧୦ମ ଶ୍ରେଣୀର ଛାତ୍ର ମାନଙ୍କୁ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ନିଜ ନାମ ସାଙ୍ଗକୁ ବିଦ୍ୟାଳୟର ନାମ ରଖିବାକୁ କହିଥିଲେ।

    ମୁଖ୍ୟବକ୍ତା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଯୋଗ ଦେଇ ଛାତ୍ର ମାନଙ୍କୁ ଶୃଙ୍ଖଳିତ ଜୀବନ ସହ  ଅଧ୍ୟବ୍ୟସାୟରେ ନିମଗ୍ନ ରହିବାକୁ ପରାମର୍ଶ ଦେଇଥିଲେ।

   ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଭାରତୀୟ ଷ୍ଠେଟ୍ ବ୍ୟାଙ୍କର ମୁଖ୍ୟ ପରିଚାଳକ ବିଷ୍ଣୁ ପ୍ରସାଦ ସାହାଣି , ଗୋଷାଣି ବ୍ଳକ  ଗୋଷ୍ଠୀ ଶିକ୍ଷାଧିକାରୀ ଠାକୁର ପ୍ରସାଦ ସିଂ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜୟକୃଷ୍ଣ ମହାରଣା ମଞ୍ଚସୀନ ଅତିଥି ରୂପେ ଯୋଗ ଦେଇଥିଲେ।

ଏହି ଅବସରରେ “ଟିଚ୍ ଗଜପତି ଯୁଗ୍ମ ଚମ୍ପିୟାନ” ୨୦୧୯-୨୦ ପାଇଁ ଅର୍ଜ୍ଜୁନ ରାଉତ ଓ ସାଇ ସରୋଜ ଶବରଙ୍କୁ ଜିଲ୍ଲାପାଳ ଶ୍ରୀ ସାହା ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।  ବିଦ୍ୟାଳୟର ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ୱ।ଇ ଧର୍ମାରାଓ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

   କାର୍ଯ୍ୟକ୍ରମ ଆରମ୍ଭରେ ଉତ୍କଳ ହୈତଷିଣୀ ସମାଜର କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ନିକଟରେ ଅବସର ଗ୍ରହଣ କରିଥିବା ବିଦ୍ୟାଳୟର ଶୃଙ୍ଖଳିତ ସଂସ୍କୃତ ଶିକ୍ଷକ କୁମୁଦ ରଞ୍ଜନ ଦାଶଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ମାନଙ୍କୁ ଅତିଥି ମାନେ ମାନପତ୍ର ଓ ପୁରସ୍କାର ବଣ୍ଟନ କରିଥିଲେ।

ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନାକ୍ଷୀ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

ସମସ୍ତ କାର୍ଯ୍ୟକ୍ରମକୁ ହରିହର ଦାସ , ବୃନ୍ଦାବନ ରାଓ , ରାମନାଥ ପଣ୍ଡା , ମହେନ୍ଦ୍ର କୁମାର ବଡମୁଣ୍ଡି , ଝିକୋରିଓ ଶବର , କେ. ଜ୍ୟୋସ୍ନା , ସିଏଚ୍. ଚାନ୍ଦିନୀ , ଡି.ରାମମୂର୍ତ୍ତି , ସତ୍ୟନାରାୟଣ , ସୁଧା ରାଉତ , ଦିପ୍ତୀ ପାଢ଼ୀ ,  ପ୍ରତିମା ରାଓଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ।

 

Leave A Reply

Your email address will not be published.