ହାତୀ ଆକ୍ରମଣରେ ମହିଳା ଙ୍କ ମୃତ୍ୟୁ   

0 2

ଦେବଗଡ଼ (ଶାସକ ପ୍ରଶାସକ)ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଡ଼କୁଦର ଗ୍ରାମ ର ଜଣେ ମହିଳା ଶୌଚ ପାଇଁ ଘର ପଛକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି।ଆଜି ଭୋର ସମୟରେ ଗ୍ରାମ ର କୁବେର ନଏକ ଙ୍କ ସ୍ତ୍ରୀ ରମ୍ଭା ନାଏକ(45)ଶୌଚ ପାଇଁ ଯାଇଥିବା ବେଳେ ଏକ ହାତୀ ଆକ୍ରମଣ କରିଥିଲା ।ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ ।ପରିବାର ଲୋକେ ତୁରନ୍ତ ବାରକୋଟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଣିଥିଲେ ।ସେଠାରେ ଡାକ୍ତର ମହିଳାଙ୍କ ମୃତ୍ୟୁ ଘୋଷଣା କରିଥିଲେ ।

 

Leave A Reply

Your email address will not be published.