ବିବାହ ଭୋଜିଖାଇ ଝାଡାବାନ୍ତିରେ ଆକ୍ରାନ୍ତ ହେଲେ ୧୫୦ ରୁ ଉର୍ଦ୍ଧ୍ବ। 

0 1

 ଆକ୍ରାନ୍ତଙ୍କୁ ଭେଟିଲେ ବିଜେପି ସଭାପତି

ବାରିପଦା(ଦିଲ୍ଲୀପ ମହାନ୍ତି )- ଜାନୁଆରୀ ୨୭ ସୋମବାର ବାରିପଦା ଷ୍ଟେସନ ବଜାର ର ଏକ ବିବାହ ମଣ୍ଡପରେ ଝିଅ ବାହାଘର ଭୋଜି ଖାଇବା ପରେ କେତେକ ବ୍ୟକ୍ତିଙ୍କ ପେଟବଥା ସହ ବାନ୍ତି ହୋଇଥିଲା । ଫଳରେ ସେମାନଙ୍କୁ ବିଳମ୍ବିତ ରାତ୍ରିରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ମଣ୍ଡପକୁ ବାରିପଦା ସହରର ତୁଳସୀ ଚଉରା ଅଞ୍ଚଳରୁ ବରଯାତ୍ରୀ ଆସିଥିଲେ ।  ତେବେ ବିବାହରେ ଭୋଜିଭାତରେ ଉଭୟ ବରଯାତ୍ରୀ ଏବଂ କନ୍ୟା ଯାତ୍ରୀ ମାଂସ ଭାତ ସହ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥିଲେ । କିନ୍ତୁ କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପେଟ ବ୍ୟଥା ଏବଂ ମୁଣ୍ଡ ବୁଲାଇବାରୁ ମଧ୍ୟରାତ୍ରରେ ଡାକ୍ତର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୟସ୍କ ବ୍ୟକ୍ତି ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡି ଦିଆଯାଇଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ଛୋଟ ଛୋଟ ପିଲାମାନେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।  ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ରୋଗୀ ଏବେ ବିପଦ ମୁକ୍ତ ବୋଲି ଡ୍ୟୁଟିରେ ଥିବା ଡାକ୍ତର କହିଛନ୍ତି।

ତେବେ ବାରିପଦା ଗସ୍ତରେ ଆସିଥିବା ବିଜେପି ରାଜ୍ୟସଭାପତି ସମୀର ମହାନ୍ତି ବିବାହ ଭୋଜି ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ମେଡିକାଲରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

Leave A Reply

Your email address will not be published.