ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଦଳୁଆ ସେବାଶ୍ରମରେ ଦନ୍ତ ଚିକିତ୍ସା ଶିବିର

0 1

 ଛାତ୍ରଛାତ୍ରୀଙ୍କୁ ଓରାଲ ହାଇଜିନ ବିଷୟରେ ଶିଖାଇଲେ ଦାନ୍ତ ବିଶେଷଜ୍ଞ 

  ଭୁବନେଶ୍ୱର(ଶାସକ ପ୍ରଶାସକ) : ସୁସ୍ଥ ଶିଶୁ ସୁସ୍ଥ ଶୈଶବ ସୁସ୍ଥ କୈଶୋର, ତେବେ ଯାଇ ଏକ ସୁସ୍ଥ ସମାଜ ତଥା ଦେଶର ଗଠନ ହୋଇ ପାରିବ | ଆମେ ଶରୀର ପ୍ରତି ସର୍ବୋପରି ଶରୀରର ପ୍ରତ୍ୟେକ ଅଙ୍ଗ ଆମେ  ପ୍ରତି ଯତ୍ନବାନ ହେଲେ ହିଁ ଶରୀର ଆମର ଯତ୍ନ ନେବ ବୋଲି ସ୍କୁଲ ଛାତ୍ର ଛାତ୍ରୀଙ୍କୁ ବୁଝାଇଛନ୍ତି ଦନ୍ତ ଚିକିତ୍ସକ ଡ଼ାକ୍ତର ସଂଜିତ ନାୟକ। ଦଳୁଆ ସେବାଶ୍ରମଠାରେ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଟିମ ୨ ତରଫରୁ ଆୟୋଜିତ ଦୁଇ ଦିନିଆ ଦନ୍ତଚିକିତ୍ସା ଶିବିରରେ ଡ଼ଃ ନାୟକ ସେବାଶ୍ରମର ଛାତ୍ରଛାତ୍ରୀମାନଙ୍କୁ  ଓରାଲ ହାଇଜିନ ସଂମ୍ପକରେ ଉପଦେଶ ଦେବା ସହ ଶତାଧିକ ଛାତ୍ରଛାତ୍ରୀଙ୍କ ଦନ୍ତ ପରୀକ୍ଷା କରିଥିଲେ। ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ଡଃ ସ୍ମିଗ୍ଧା ତ୍ରିପାଠୀ ଓ ଷ୍ଟାପନର୍ସ ସୋନମ ଦାଶ ସାପ୍ତାହିକ ଆଇରନ ଫଲିକ ଏସିଡ ବଣ୍ଟନ ଉପରେ ଗୁରୁତ୍ୱ ଦେବା ସହ ଆଇରନ ଫଲିକ ଏସିଡ ର ଉପାଦେୟତା ବିଷୟରେ ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ।

ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଡାଃ ଶୁଭ୍ରାଂଶୁ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହେଇଥିବା ବେଳେ ଟେକନିସିଆନ ପବନ କୁମାର ଲାବୋରେଟୋରୀ ଟେକନିସିଆନ ତ୍ରିଲୋଚନ ମିଶ୍ରଙ୍କ  ସମେତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନୀରୋଦ ରଥ, ଦଳୁଆ ସେବାଶ୍ରମର  ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ର ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ। ଡ଼ାଃ ସତ୍ୟନାରାୟଣ ଦାଶ ଶିବିର ପରିଚାଳନା କରିବା ସହ ଏହି ଶିବିର ଆୟୋଜନରେ ସେବାଶ୍ରମ କର୍ତ୍ତୃପକ୍ଷ ଓ ଛାତ୍ର ଛାତ୍ରୀଙ୍କ ସହଯୋଗ ପାଇଁ  ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.