ଗଣତନ୍ତ୍ର ଦିବସରେ ଓଡ଼ିଆ ଯବାନଙ୍କୁ ଅନ୍ତିମ ବିଦାୟ

0

 ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରଣଜିତ୍‌ କୁମାର୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ

ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଗଣତନ୍ତ୍ର ଦିବସ ଅବସରରେ ସାରା ପୁରପଲ୍ଲୀ ହସ ଉଲ୍ଲାସରେ ପାଳନ କରୁଥିବାବେଳେ ଚନ୍ଦ୍ରପୁର ଗ୍ରାମରେ କିନ୍ତୁ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଗତକାଲି ସମ୍ବଲପୁର ଜିଲ୍ଲା ରେଢାଖୋଲ ସବ୍ଡିଭିଜନ ନାକ୍‌ଟି ଦେଉଳ ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଜମ୍ମୁକାଶ୍ମୀରରେ କାର୍ଯ୍ୟରତ ଥିବା ବିଏସ୍‌ଏଫ ଯବାନ ରଣଜୀତ୍‌ଙ୍କ କୁମ୍‌ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଗତକାଲି ତାଙ୍କ ମରଶରୀର ସନ୍ଧ୍ୟା ୭ଟାବେଳେ ଆସି ତାଙ୍କ ଜନ୍ମସ୍ଥାନରେ ପହଞ୍ଚିଥିଲା। ୪୪ ବର୍ଷୀୟ ରଣଜୀତ୍‌ କୁମର୍‌ ଗତ ୨୪ତାରିଖରେ ମଧ୍ୟାହ୍ନ ଭୋଜନ ସାରି ସିଡିରେ ଫେରୁଥିବା ସମୟରେ ଗୋଡ ଖସି ଗଭୀର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଜମ୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲାବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ୧୯୯୮ ମସିହାରେ ବିଏସ୍‌ଏଫ୍‌ରେ ଯୋଗଦେଇଥିବା ରଣଜିତ୍‌ କୁମର୍‌ଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ ଝିଅ ରହିଛନ୍ତି। ଗତକାଲି ତାଙ୍କ ଜନ୍ମମାଟିରେ ଗାର୍ଡ ଅଫ୍‌ ଅନର୍ ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Leave A Reply

Your email address will not be published.