ଶିକ୍ଷକ ଅଭାବ :  ଛାତ୍ରଛାତ୍ରୀ ଏବଂ ଅଭିଭାବକ ଡଇଁଚା ଉଚ୍ଚ ବିଦ୍ୟାଳୟରେ ପକାଇଲେ ତାଲା

0

ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲାର ରେଢାଖୋଲ ଉପଖଣ୍ତ ନାକ୍‌ଟି ଦେଉଳ ବ୍ଲକ ଅନ୍ତର୍ଗତ ଡଇଁଚା ଗ୍ରାମରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ। ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣକୁ ନେଇ ବିଦ୍ୟାଳୟରେ ତାଲା ପକାଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଦ୍ୟାଳୟରେ ରହିଥିବା ଶିକ୍ଷକ ସମସ୍ୟାକୁ ନେଇ ଜିଲ୍ଲଶିକ୍ଷାଧିକାରୀଙ୍କ ନିକଟକୁ ଏକ ଲିଖିତ ଅଭିଯୋଗ  ଦିଆଯିବା ସହିତ ଏହି ଲିଖିତ ଅଭିଯୋଗର ଏକ କିତା ନକଲ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଉପଜିଲ୍ଲାପାଳ ଓ ଉଚ୍ଚଶିକ୍ଷାଅଧିକାରୀଙ୍କ ନିକଟକୁ ପଠାଯାଇଥିଲା। ଉକ୍ତ ଚିଠିରେ ବିଦ୍ୟାଳୟରେ ଥିବା ଶିକ୍ଷକ ପଦବୀଗୁଡ଼ିକୁ ଜାନୁଆରୀ ୨୫ ତାରିଖ ଭିତରେ ପୂରଣ କରାନଗଲେ ୨୭ ତାରିଖରେ ବିଦ୍ୟାଳୟରେ ତାଲା ପଡ଼ିବ ବୋଲି ଉଲ୍ଲେଖ ରହିଥିଲା। ତେବେ ଜାନୁଆରୀ ୨୫ ତାରିଖ ଭିତରେ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ନ ହୋଇଥିବା ହେତୁ ଅଭିଭାବକ ଓ ଗ୍ରାମବାସୀମାନେ ବାଧ୍ୟ ହୋଇ ତାଲା ପକାଇବା ସହିତ ବିଦ୍ୟାଳୟ ଫାଟକ ନିକଟରେ ଧାରଣରେ ବସିଛନ୍ତି। ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ କୌଣସି ପ୍ରକାରର ଚେଷ୍ଟା କରାଯାଇନଥିବା ଯୋଗୁଁ ଗ୍ରାମବାସୀମାନେ ଏପରି ପଦକ୍ଷେପ ନେଇଛନ୍ତି।

 

Leave A Reply

Your email address will not be published.