ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ କୋଲକାତାଠାରେ ସାଧାରଣତନ୍ତ୍ର ଦିବସ ପାଳିତ

0 2

କୋଲକାତା/ଭୁବନେଶ୍ୱର,(ଶାସକ ପ୍ରଶାସକ)  ଓଡ଼ଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତଥା କୋଲକାତାରେ ଥିବା ପ୍ରବାସୀ ଓଡ଼ିଆ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ସଂଗଠନ ଉତ୍କଳୀୟ ମିଳିତ ମଂଚର ଉଦ୍ୟମରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛିା

ସେଦିନ ପୂର୍ବାହ୍ନରେ ବି.ବି. ଗାଙ୍ଗୁଲି ଷ୍ଟ୍ରୀଟ୍ ସ୍ଥିତ  ଶିଶୁ ପାର୍କ ପରିସରରେ ଆୟୋଜିତ ଏକ ମନୋଜ୍ଞ ସାଧାରଣ ସଭାରେ ଅତିଥିମାନେ ଭାରତୀୟ ଗଣତନ୍ତ୍ରର ବିଶେଷତ୍ୱ ଓ ସାଧାରଣତନ୍ତ୍ରର ସୁରକ୍ଷା ନିମିତ୍ତ ନାଗରିକ କର୍ତ୍ତବ୍ୟ ଉପରେ ଆଲୋକପାତ କରିବା ସହିତ ଦେଶ ତଥା ଜାତିର ସେବା ନିମିତ୍ତ ଉଦ୍ଦିଷ୍ଟ କର୍ତ୍ତବ୍ୟଗୁଡ଼ିକ ସଂପାଦନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲୋ ମିଳିତ ମଂଚର ସଭାପତି ଶ୍ରୀ ରବିନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କୋଲକାତା ମହାନଗର ନିଗମର କାଉନ୍ସିଲର ଶ୍ରୀ ସତ୍ୟେନ୍ଦ୍ରନାଥ ଦେ, ସମାଜସେବୀ ଶ୍ରୀ ବୈଷ୍ଣବ ଗାହାଣ, ଶିକ୍ଷାବିତ୍ ଡ. ଭକ୍ତରଞ୍ଜନ ପରିଜା, ସାହିତ୍ୟିକ ଡ. ପ୍ରମୋଦ ପ୍ରହରାଜ, କୋଲକାତାସ୍ଥିତ ସୂଚନା ଅଧିକାରୀ ଶ୍ରୀ ସୂର୍ଯ୍ୟ ମିଶ୍ର, ଅନୁଷ୍ଠାନର ସଂପାଦକ ଶ୍ରୀ ବିଜୟ କୁମାର ବାରିକ ଓ ଶିକ୍ଷା ସେଲ୍ ଆବାହକ ଶ୍ରୀ ପ୍ରଶାନ୍ତ ଦାସ, ଶ୍ରୀ କାଶୀନାଥ ବେହେରା, ସଂଗଠକ ଶ୍ରୀ ନାରାୟଣ ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲୋ କାର୍ଯ୍ୟକ୍ରମରେ ସର୍ବଶ୍ରୀ ସରୋଜ ପରିଡ଼ା, ବିଘ୍ନେଶ ଦାସ, ଜିତୁ ଦଣ୍ଡପାଟ, କମ୍ବୁନାଥ ଦଳେଇ, ପ୍ରକାଶ ବଳ, ଜିତେନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲୋ

ପଶ୍ଚିମବଙ୍ଗରେ ଥିବା ପ୍ରାୟ ୩୦ଟି ଓଡ଼ିଆ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ସଭାରେ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲାା ସକାଳେ ଲେନିନ୍ ସରଣୀଠାରେ ଜାତୀୟ ପତାକା ଉତ୍ତୋଳନ ସାଙ୍ଗକୁ ସେଠାରେ ପ୍ରତିଷ୍ଠିତ ଉତ୍କଳମଣି ଗୋପବନ୍ଧୁ ଓ ପଣ୍ଡିତ ନୀଳକଣ୍ଠଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଉତ୍କଳ ଭବନର ପରିଚାଳକ ଶ୍ରୀ କୁମୁଦ ଚନ୍ଦ୍ର ସାହୁ, ସୂଚନା ଅଧିକାରୀ ଶ୍ରୀ ମିଶ୍ରଙ୍କ ସମେତ କୋଲକାତାରେ କାର୍ଯ୍ୟରତ ୩୦ଟି ପ୍ରବାସୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ସମବେତ ହୋଇଥିଲେ |

Leave A Reply

Your email address will not be published.