“ତତେ ମାରିବ ଯିଏ ଗୋପରେ ବଢୁଛି ସିଏ ଅଷ୍ଟ ବର୍ଷେ ବିନାଶିବ ଆସି”

0 2

୩୬ ତମ ବିରାଟ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ତୃତୀୟ  ଦିବସ 

ଗାଇସିଲେଟ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲିର ୩୬ତମ ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବର ଆଜି ତୃତୀୟ ଦିବସରେ ରାଜଦରବାରରେ ରାଜ ଅତିଥି ଭାବରେ ସାମ୍ବାଦିକ ଝସକେତନ ସାହୁ ଯୋଗଦେଇଥିଲେ। 

ଆଜିର ନାଟ୍ୟଭିନୟ –

ଯୁବରାଜ କଂସ ରାଜ ସିଂହାସନ ଆହରଣ କରିବାପରେ ମଧୁରାର ରାଜମୁକୁଟ ପିନ୍ଧି ମଥୁରାର ପ୍ରଜା ଉପରେ କରିଚାଲିଛନ୍ତି ଅନ୍ୟାୟ  ଓ ପ୍ରଜା ଲୁଣ୍ଠନ ।କଂସାସୁରର ଶାସନରେ ଉତିଷ୍ଠ ହୋଇ ପଢିଛନ୍ତି ସାରା ମଧୁରା ନଗରବାସୀ। ଅନ୍ୟପଟେ ଗୋଟି ଗୋଟି କରି ଦେବକୀଙ୍କ ଶଡପୁତ୍ରଙ୍କୁ ଦର୍ପଣ ଶିଳାରେ କଚାଡି ମାରିବା ପରେ ସପ୍ତମ ଗର୍ଭର ସନ୍ତାନ ହୋଇଛି ଅଦୃଶ୍ୟ।ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନରେ ସ୍ବୟଂ ନାରାୟଣ ବନ୍ଦୀଶାଳାରେ ଜନ୍ମ ଗ୍ରହଣକରି ବସୁଦେବଙ୍କ ଦ୍ବାରା ଗୋପପୁରକୁ ସ୍ତାନାନ୍ତରୀତ ହୋଇ ପ୍ରତିବଦଳରେ ବିଜୁଳି କନ୍ୟାଙ୍କୁ ଆଣିଥିଲେ।ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ଏକ କନ୍ୟା ସନ୍ତାନ ହୋଇଥିବାର ଦେଖି ଆଶ୍ଚର୍ଯ୍ୟ ଚକିତ କଂସାସୁର ଦର୍ପଣ ଶିଳାରେ କଚାଡି ମାରିବାକୁ ଚେଷ୍ଟା କରିଥିବା ବେଳେ ଅଦୃଶ୍ୟ ହୋଇ ଆକାଶ ମାର୍ଗରୁ କିଲି କିଲି ନାଦରେ ଶୁନ୍ଯବାଣି ହୋଇଥିଲା ” ରେ…..ରେ…..କଂସ ତତେ ମାରିବ ଯିଏ ଗୋପରେ ବଢୁଛି ସିଏ ଅଷ୍ଟ ବର୍ଷେ ବିନାଶିବ ଆସି ମଥୁରାରେ”

Leave A Reply

Your email address will not be published.