ଜେଲରେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

0 2

ଅନ୍ତେବାସୀଙ୍କ ସହ ପାଳିଲେ ସାଧାରଣତନ୍ତ୍ର ଦିବସ 

ପଦ୍ମପୁର/ଶାସକ ପ୍ରଶାସକ : ସାରା ଭାରତ ବର୍ଷରେ ପଲ୍ଲୀରୁ ଦିଳ୍ଲୀ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ମହାସମାରୋହରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି ।୧୯୫୦ ମସିହା ଆଜି ର ଦିନରେ ଭାରତରେ ନୂତନ ସମ୍ବିଧାନ ପ୍ରଣୟନ ହୋଇଥିଲା । ସବୁ ଜାଗାରେ ଧୁମ ଧାମରେ ଏହି ଦିବସ ପାଳନ କରାଯାଉଥିବା ବେଲେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କିନ୍ତୁ ଯାଇଥିଲେ ଜେଲକୁ  | ପଦ୍ମପୁର ଉପକାରାଗାରକୁ ଯାଇ ସେଠାକାର  ଅନ୍ତେବାସୀ ମାନଙ୍କ ସହ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ନିଜକୁ କୁସଂସ୍କାର ରୁ ଦୁରେଇ ରଖି ରାଜ୍ୟ ତଥା ଦେଶର ନାମ ରଖିବା ଓ ଉପକାରାଗାରରୁ ବାହାରିବା ପରେ ଏକ ସୁସ୍ଥ ସମାଜ ବାତାବରଣରେ ବସବାସ କରିବା ପାଇଁ ଅନ୍ତେବାସୀ ମାନଙ୍କୁ ଉଦବୋଧନ ଦେଇଥିଲେ । ପରିଶେଷରେ ଅନ୍ତେବାସୀ ମାନଙ୍କୁ ମିଷ୍ଠାନ୍ନ୍ ବଣ୍ଟନ କରିଥିଲେ । ଏହି ଅବସରରେ ଯୁବନେତା ଶ୍ରୀକାନ୍ତ ମିଶ୍ର, ସେବକ ମେହେର,ସୁନିଲ ଅଗ୍ରୱାଲ, ନିରୋଜ ଦାସ,ପ୍ରମୋଦ ମେହେର, ପ୍ରିତେଶ ବହିଦାର,ରାଜକିଶୋର ସାହୁ,କେତନ ମେହେର, ପଙ୍କଜିନୀ ପ୍ରଧାନ,ଜ୍ୟୋତ୍ସ୍ନାରାଣୀ କର,ଜି ଶ୍ରୀନିବାସ, ଜୁଗଳ ସାହୁ,ନରେସ ସୁନ୍ଦର ସାହୁ, କୁନାଳ ପାଣିଗ୍ରାହୀ,ଜିତେନ୍ଦ୍ର ମେହେର, ଆର୍ୟା,ରାଜା,ଉତ୍ତମ,ଦିନେଶ ତଥା ଅନ୍ୟାନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ । 

Leave A Reply

Your email address will not be published.