“…… ତାର ଅଷ୍ଟମ ଗର୍ଭର ସନ୍ତାନ ହେବ ତୋର ମୃତ୍ୟୁର କାରଣ।”

0 2

୩୬ ତମ ବିରାଟ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଦ୍ବିତୀୟ ଦିବସ 

ଗାଇସିଲେଟ/କେଦାରନାଥ ସାହୁ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲିର ୩୬ତମ ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବ ଗତକାଲି ଉପଜିଲ୍ଲାପାଳ ତନ୍ମୟ ଦରୱାନଙ୍କ କରକମଳରେ ଉଦ୍ଘାଟିତ ହେବାପରେ ଆଜି ଦ୍ୱିତୀୟ ଦିବସରେ ରାଜଦରବାରରେ ରାଜ ଅତିଥି ଭାବରେ କମିଟିର ସମସ୍ତ ସଦସ୍ୟ ଯୋଗଦେଇଥିଲେ। 

ଆଜିର ନାଟ୍ଯଭିନୟ

ମହାରାଜ ଉଗ୍ରସେନ ମଥୁରା ଭ୍ରମଣକରି ରାଜଦରବାରରେ ପହଞ୍ଚିଥିଲେ।ମହାମନ୍ତ୍ରୀ ଅକୃରଙ୍କ ଠାରୁ ମଥୁରାର ପ୍ରଜାମାନଙ୍କ ଅସୁବିଧା ଗୁଡିକୁ ଅବଗତ ହେବାପରେ ତାର ସମଧାନ ଯଥାଶୀଘ୍ର କରିବା ପାଇଁ ତାଙ୍କ ମନ୍ତ୍ରୀ ପରିଷଦଙ୍କୁ ଆଦେଶ ଦେଇଥିଲେ।ପରେ ମହାରାଜ ଉଗ୍ରସେନ ତାଙ୍କ ଅଳିଅଳ କନ୍ୟା ଦେବକୀଙ୍କ ବିବାହ ବସୁଦେବଙ୍କ ସହ କରିଥିଲେ।ମଥୁରାର ଆବାଳ ବୃଦ୍ଧ ବନିତାଙ୍କ ଉପସ୍ଥିତିରେ ଦେବକୀ-ବସୁଦେବଙ୍କ ବିବାହ ସମ୍ପନ୍ନ ହୋଇଥିଲା।ସ୍ବର୍ଗରୁ ଦେବତା ମାନଙ୍କ ପୁଷ୍ପବୃଷ୍ଠି ଏବଂ ହରିବୋଳ ହୁଲହୁଲିରେ ପ୍ରକମ୍ପିତ ହୋଇଥିଲା ମଥୁରାର ରାଜଦରବାର।ଠିକ ଏହି ସମୟରେ ମୃଗୟାରୁ ରାଜଦରବାରକୁ ଫେରିଥିଲେ ଯୁବରାଜ କଂସ।ତାଙ୍କ ଭଗିନୀଙ୍କ ହସ୍ତକୁ କେହି ଜଣେ ଅଚିହ୍ନା ଯୁବକ ଧରିଥିବାଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ।ପିତା ଉଗ୍ରସେନଙ୍କ ଠାରୁ ଦେବକୀଙ୍କ ବିବାହ ସମ୍ବନ୍ଧରେ ଜାଣିବାପରେ  ମହାରାଜଙ୍କ ଆଦେଶ ପାଇଁ ମହା ଆଡମ୍ବରରେ ଭଗିନୀ ଦେବକୀ ଏବଂ ବସୁଦେବଙ୍କୁ ପାଟ ପାଲିଙ୍କିରେ ବସେଇ ମହା ଆଡମ୍ବରରେ ନେଇଯାଉଥିଲେ ବସୁଦେବପୁରେ, ହେଲେ “ବିଧିର ବିଧାନ କେ କରିବ ଆନ” ଠିକ୍ ଏହି ସମୟରେ ହୋଇଥିଲା ଦୌବବାଣି ଆକାଶ ମାର୍ଗ ଝଳସି ଉଠିଥିଲା ଏକ ଅଲୌକିକ ଦୌବିଶକ୍ତିରେ ବାରମ୍ବାର ପ୍ରକମ୍ପିତ ହେଉଥାଏ “ରେ……ରେ ….କଂସ ଯାହାକୁ ତୁ ପାଟ ପାଲିଙ୍କିରେ ନେଇଯାଉଛୁ ବାସୁଦେବ ପୁରେ ତାର ଅଷ୍ଟମ ଗର୍ଭର ସନ୍ତାନ ହେବ ତୋର ମୃତ୍ୟୁର କାରଣ।”।ବାରମ୍ବାର ଯୁବରାଜ କଂସର ମାନସକୁଞ୍ଜରେ ଉକ୍ତ ଦୌବବାଣି ପ୍ରତିଧ୍ଵନିତ ହୋବାପରେ ଉତ୍ବକ୍ତ ହୋଇପଡିଥିଲେ।ଦେବକୀ ଓ ବସୁଦେବଙ୍କୁ ପୁନଶ୍ଚ ରାଜଦରବାରକୁ ଫେରେଇ ଆଣି ହତ୍ୟା କରିବା ପାଇଁ ଉଠେଇ ଥିଲେ ଦେବଦଳନ ଖଡ୍ଗ ।ମହାରାଜ ଉଗ୍ରେସେନ ବସୁଦେବ ଓ ଦେବକୀଙ୍କ ପ୍ରାଣ ବଦଳେରେ ମଥୁରାର ରାଜ ସିହାଂସନ ଯୁବରାଜ କଂସର ହାତରେ ଟେକିଦେଇଥିଲେ। କଂସାସୁର ମଥୁରା ରାଜ୍ୟର ରାଜମୁକୁଟ ମସ୍ତକରେ ପିନ୍ଧି ରାଜ ସିଂହାସନ ଆହରଣ କରିବାପରେ ଦେବକୀ-ବସୁଦେବଙ୍କୁ କାରାଗାରରେ ବନ୍ଦୀଭାବରେ ରଖିବା ପାଇଁ ଆଦେଶ ଦେବାସହ ପିତା ଉଗ୍ରେସେନଙ୍କୁ ମଥୁରାର ପ୍ରହରୀ ଭାବରେ ନିଯୁକ୍ତି ଦେବା ସହ କାର୍ଯ୍ୟରେ ଅବହେଳାକଲେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦେଇଥିଲେ।ଆଜିର ଏହି ନାଟ୍ଯଭିନୟରେ ଉଗ୍ରସେନ ଭୂମିକାରେ ଅଲେଖ ସାହୁ,ବସୁଦବ ଅଶୋକ କୁମାର ମେହେର,ଦେବକୀ  ଭୂମିକାରେ ସୋନୁ ବାଗ ଏବଂ କଂସ ଭୂମିକାରେ ବିଶିଷ୍ଟ ମଞ୍ଚ କଳାକାର କଳାକାହ୍ନୁ ଚୌହାନ ଉଚ୍ଚ କୋଟିର କଳା ପ୍ରଦର୍ଶନ କରିଥିଲେ।

 

 

Leave A Reply

Your email address will not be published.