ପିଡିଏଚ୍ଆରଆଇ  ପକ୍ଷରୁ ରକୁଣା ରଥଯାତ୍ରାରେ ଜଳସେବା 

0

ପିଡିଏଚ୍ଆରଆଇ  ପକ୍ଷରୁ ରକୁଣା ରଥଯାତ୍ରାରେ ଜଳସେବା 

ଭୁବନେଶ୍ୱର  : ଅସହ୍ୟ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବା ବେଳେ ରାସ୍ତାରେ ଜଳଛତ୍ରର ଆବଶ୍ୟକ ରହିଛି । ଏନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଜଧାନୀ ଜଳଛତ୍ର ଖୋଲାଯାଇଛି । ‘ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ (ପିଡିଏଚ୍ଆରଆଇ) ପକ୍ଷରୁ ରକୁଣା ରଥଯାତ୍ରାରେ ଲିଙ୍ଗରାଜ ମନ୍ଦିର ଓ ରାମେଶ୍ୱର ମନ୍ଦିର ନିକଟରେ ଜଳଛତ୍ର ଖୋଲାଯାଇଥିଲା ଏହି ଶିବିରରେ ପୂର୍ବତନ ରାଜ୍ୟସଭା ସାଂସଦ ଏଭି ସ୍ୱାମୀ, ବିଜେପି ନେତା ଅମିୟ ଦାଶ ପ୍ରମୁଖ ଜଳଛତ୍ରରେ ଯୋଗଦେଇ ଉତ୍ସାହିତ କରିଥିଲେ । ଏଥିରେ ପିଡିଏଚ୍ଆରଆଇ ରାଜ୍ୟ ସଭାପତି ଗଦାଧର ଦାସ, କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ, ରାଜ୍ୟ ସଂପାଦକ ସଂଗୀତା ପଟ୍ଟନାୟକ, ଜ୍ଞାନ ପ୍ରକାଶ ପାଲ, ପ୍ରସନ୍ନ ଚୌଧୁରୀ, ଭୁବନେଶ୍ୱର ଶାଖାର ପ୍ରଦୀପ ପୃଷ୍ଟି, ରିତୁରାଣୀ ସେନାପତିି, ମମତା ସ୍ୱାଇଁ ଉପସ୍ଥିତଥିଲେ । ସେହିପରି ରୋଟାରି କ୍ଲବ ଅଫ୍ ଭୁବନେଶ୍ୱର କ୍ୟାପିଟାଲ, ପେସ୍ ଏକାଡେମୀ ପକ୍ଷରୁ ପ୍ରଦୀପ ସେବା ଟ୍ରଷ୍ଟ, ଆଣ୍ଡାମାନ୍ ଏକ୍ସପ୍ରେସ୍ ମଧ୍ୟ ଜଳଛତ୍ର ଆୟୋଜନ କରାଯାଇଥିଲା ।

 

Leave A Reply

Your email address will not be published.